ଲାଞ୍ଚ ନେଇ ଗିରଫ ହେଲେ ସବ୍ ଇନ୍ସପେକ୍ଟର । ଖଣ୍ଡଗିରି ଥାନା ଏସଆଇଙ୍କୁ ଧରିଲା ଭିଜିଲାନ୍ସ ଟିମ୍

485

କନକ ବ୍ୟୁରୋ: ଗିରଫ ହେଲେ ଖଣ୍ଡଗିରି ଥାନା ଏସଆଇ । ଲାଞ୍ଚ ନେଉଥିବାବେଳେ, ପୋଲିସ ଅଫିସରଙ୍କୁ ବାନ୍ଧିଲା ଭିଜିଲାନ୍ସ ଟିମ୍ । ବୁଧବାର ଗୋଟିଏ ପୁରୁଣା ମାମଲାର ରଫାଦଫା କରିବାକୁ ନେଇ ଲାଞ୍ଚ ନେଉଥିବାବେଳେ, ଧରାପଡିଛନ୍ତି ଖଣ୍ଡଗିରି ଥାନାର ଏସଆଇ ସୁଶାନ୍ତ ସ୍ୱାଇଁ । ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେଉଥିବାବେଳେ ଧରିବା ସହିତ ଗିରଫ କରିଛି । ତେବେ ସୂଚନା ମୁତାବକ, ପୁରୁଣା କେସର ରଫାଦଫା କରିବା ପାଇଁ ପୋଲିସ ଅଫିସର ଜଣକ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେତିକି ବେଳେ ଭିଜିଲାନ୍ସ ଟିମ୍ ତାଙ୍କ ଉପରେ ଚଢାଉ କରିଥିଲା । ତେବେ ନାକା ଗେଟ୍ ପାଖରେ ଲାଞ୍ଚ ନେଉଥିବାବେଳେ ପୋଲିସ ଅଫିସର ଜଣକ ଧରାପଡିଥିବା ସୂଚନା ରହିଛି ।