ଆଜି ଦାୟିତ୍ୱ ନେବେ କାମଚଳା ବାଚସ୍ପତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଶପଥ କରାଇବେ ରାଜ୍ୟପାଳ ।

299

କନକ ବ୍ୟୁରୋ: ଆଜି ଦାୟିତ୍ୱ ନେବେ କାମଚଳା ବାଚସ୍ପତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଶପଥ ପାଠ କରାଇବେ ରାଜ୍ୟପାଳ ରଘୁବର ଦାସ । ଜୁନ୍ ୨୦ରେ ନିର୍ବାଚନ, ସେପର୍ଯ୍ୟନ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇବେ । ୧୮ ଓ ୧୯ରେ ଶପଥ ନେବେ ନବ ନିର୍ବାଚିତ ବିଧାୟକ ।

ବାଚସ୍ପତି ନିର୍ବାଚନ ଜୁନ୍ ୨୦ ତାରିଖରେ ହେବ । ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି । ଏଥିପାଇଁ ବିଜେଡିର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନିଯୁକ୍ତ କରାଯାଇଛି । ବିଧାନସଭାରେ ବିଜେପି ୧୪୭ଟି ଆସନରୁ ୭୮ଟିରେ ବିଜୟୀ ହୋଇଛି । ତିନି ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଜଣାଇଛନ୍ତି । ବିଜେପି ପକ୍ଷରୁ ସୁରମା ପାଢୀଙ୍କୁ ବାଚସ୍ପତି କରାଯିବାର ସମ୍ଭାବନା ରହିଛି । ଗତକାଲି ମୋହନ ସରକାରର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିଲେ ।