ବନକଲାଗି ବିବାଦର ସମାଧାନ ପାଇଁ ଆସନ୍ତାକାଲି ବସିବ ନୀତି ସବ-କମିଟି ବୈଠକ: କେଉଁ ଦିନ ହେବ ବନକଲାଗି ହୋଇପାରେ ନିଷ୍ପତି

103

କନକ ବ୍ୟୁରୋ: ଆଜି ହେବ ନାହିଁ ମହାପ୍ରଭୁଙ୍କ ବନକଲାଗି ନୀତି । ଆସନ୍ତା ବୁଧବାର ଏହି ନୀତି କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦତ ମହାପାତ୍ର ସେବାୟତ ସଂଜୟ ଦତ ମହାପାତ୍ର । ସେପଟେ ବନକଲାଗି ବିବାଦର ସମାଧାନ ପାଇଁ ଆସନ୍ତାକାଲି ନୀତି ସବକମିଟି ବୈଠକ ହେବ । ବୈଠକରେ ବନକଲାଗି ନେଇ ବଡ଼ ନିଷ୍ପତି ଆସିବାର ସମ୍ଭାବନା ରହିଛି । ସେପଟେ ଆସନ୍ତା ବୁଧବାର ବନକଲାଗି କରିବାକୁ ଦତମହାପାତ୍ର ସେବକ ଲିଖିତ ପ୍ରତିଶ୍ରୁତି ଦେଲେ, ବନକଲାଗି ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ । ତେବେ ମହାପ୍ରଭୁଙ୍କ ବନକଲାଗି କିପରି ହୁଏ, କେଉଁଦିନ ହୁଏ, କେଉଁମାନେ କରନ୍ତି, ଶ୍ରୀମନ୍ଦିର ସତ୍ୱଲିପି ଓ ବାମସଂହିତାରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

ଶ୍ରୀଜିଉଙ୍କ ବନକଲାଗି
କ’ଣ ରହିଛି ନୀତି ନିୟମ?
– ପ୍ରତି ବୁଧବାର କିମ୍ବା ଗୁରୁବାର ଦ୍ୱିପହର ଧୂପ ପରେ ବନକଲାଗି ନୀତି ହେବାର ବିଧି
– ଶ୍ରୀମନ୍ଦିର ସତ୍ତ୍ୱଲିପିର ୪୫ ନମ୍ବର ପୃଷ୍ଠାରେ ଉଲ୍ଲେଖ ରହିଛି
– ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢେଇ ଯୋଗାଇ ଦିଆଯାଏ
– ଚାଙ୍ଗଡା ମେକାପ ୩ ଖଣ୍ଡ ଶ୍ରୀକପଡା ଦିଅନ୍ତି
– ରାଜାଙ୍କ ସୁପରିଟେଣ୍ଡେଂଟଙ୍କ ତରଫରୁ ସାମଗ୍ରୀ ଯୋଗାଇ ଦିଆଯାଏ
– ହିଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି ଲେଖାଏଁ, କେଶର ଓ କର୍ପୁର ଯୋଗାଇ ଦିଅନ୍ତି
– ମହାସ୍ନାନ ପାଇଁ ପଂଚାମୃତ ଯୋଗାଇ ଦିଆଯାଇଥାଏ
– ୭ ପ୍ରକାର ସେବକ ବନକଲାଗି ସେବା ସମ୍ପାଦନ କରିଥାନ୍ତି
– ପାଳିଆ ଖଂଟୁଆ, ଗରାବଡୁ, ୩ ଜଣ ପାଳିଆ ପୁଷ୍ପାଳକ ସେବା କରିଥାନ୍ତି
– ଚାଙ୍ଗଡା ମେକାପ, ୩ ଜଣ ଦତ୍ତ ମହାପାତ୍ର, ମୁଦୁଲି ଓ ପୂଜାପଣ୍ଡା ସେବା କରନ୍ତି
– ଧୋପଖଳା ହେବା ପରେ ପାଳିଆ ଖୁଂଟିଆ ୩ ଜଣ ପାଳିଆ ପୁଷ୍ପାଳକଙ୍କୁ ମଇଲମ ପାଇଁ ଡାକନ୍ତି
– ପୁଷ୍ପାଳକ ସିଂହାସନକୁ ଉଠି ଗରାବଡୁଙ୍କଠାରୁ ହାତ ଧୋଇବାକୁ ପାଣି ନେଇ ମଇଲମ କରନ୍ତି
– ଚାଙ୍ଗଡା ମେକାପ ତିନି ବାଡରେ ତଡ଼ପ ଯୋଗାଇ ଦେଇଥାନ୍ତି
– ମଇଲମ ପରେ ପାଳିଆ ଖୁଂଟିଆମାନେ ମାଳ ଫୁଲ ଯୋଗାଇ ଦେଇଥାନ୍ତି
– ଏହା ତିନି ବାଡରେ ଲାଗି ହେବା ପରେ କର୍ପୁର ଲାଗି କରାଯାଇଥାଏ
– ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତି କରିଥାନ୍ତି
– ଏହା ପରେ ପାଳିଆ ପଢିଆରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି
– ଦତ୍ତ ମହାପାତ୍ର ସେବକ ବନକ ବାଟି ରୁପା ଷଢେଇରେ ରଖିଥାନ୍ତି
– ୩ ଜଣ ଦତ୍ତ ସେବକ ବନକ ପେଡାରେ ବନକ ରଖି ବେହେରଣ ଦ୍ୱାର ଦେଇ ସିଂହାସନ ଉପରକୁ ଉଠନ୍ତି
– ଗରାବଡୁଙ୍କଠାରୁ ହାତୁଆଣି ନେଇ ବନକଲାଗି ଆରମ୍ଭ ହୋଇଥାଏ
– ପ୍ରାୟ ୨ ଘଂଟା ଧରି ବନକଲାଗି କରି ରତ୍ନ ସିଂହାସନରୁ ଓହ୍ଲାଇ ଆସନ୍ତି ଦତ୍ତ ସେବକ
– ଏହା ପରେ ପାଳିଆ ମେକାପ ରତ୍ନ ସିଂହାସନକୁ ଖୋଇଥାନ୍ତି