ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା: କହିଲେ, ରତ୍ନଭଣ୍ଡାର ଖୋଲି ମରାମତି ସହ ଗଣତି ନିହାତି ଜରୁରୀ

206

କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। କହିଛନ୍ତି, ସରକାର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନେଇଛନ୍ତି । ରତ୍ନଭଣ୍ଡାର ଖୋଲିବାକୁ ସରକାର ପ୍ରସ୍ତୁତି କରୁଛନ୍ତି । ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ । ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି । ୪୫ ବର୍ଷ ତଳେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ପୂର୍ବରୁ ମରାମତି ଆବଶ୍ୟକତା ରହିଛି କହିଛି ଏଏସଆଇ । ମରାମତି ସହ ରତ୍ନଭଣ୍ଡାର ଗଣତିମଣତି ଜରୁରୀ ।