ଆସୁଛି ବଡ଼ ବର୍ଷା: ୧୯ ତାରିଖ ଯାଏଁ ବର୍ଷା ନେଇ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ

1,009

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଉତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଫଳରେ ମୌସୁମୀ ସକ୍ରିୟ ହେବାରୁ ରାଜ୍ୟର ଉପକୂଳ ସମେତ ପାଶ୍ୱର୍ବର୍ତୀ ଅଂଚଳରେ ବର୍ଷା ଲାଗି ରହିଛି । ଆଜି ଝାରସୁଗୁଡାରେ ୧୧୮ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ପାରାଦୀପ, ପୁରୀ, ଢ଼େଙ୍କାନାଳ, କଟକ ଓ ଭୁବନେଶ୍ୱରରେ ବି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ବର୍ଷାକୁ ନେଇ ସତର୍କ ରହିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ସତ୍ୟବତ୍ର ସାହୁ । କହିଛନ୍ତି ବଡ ବର୍ଷା ହେଲେ ତଳି ଅଂଚଳରେ ପାଣି ଜମିପାରେ । ତଳି ଅଂଚଳରେ ପାଣି ଜମିଲେ ତୁରନ୍ତ ନିଷ୍କାସନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏସ୍ଆରସି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇଛି । ଝାରସୁଗୁଡାରେ ସ୍କୁଲରେ ଲହଡି ମାରିଲା ବର୍ଷା ପାଣି । ବେହେରାମାଲ ସହର ସ୍ଥିତ ବୀରସୁରେନ୍ଦ ସାଏ ହାଇସ୍କୁଲ ଭିତରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପଶି ଯାଇଛି । ସକାଳ ୯ଟାରୁ ୧୧.୩୦ ଯାଏଁ ଝାରସୁଗୁଡାରେ ପ୍ରବଳ ବର୍ଷା ହୋଇଛି । ଫଳରେ ତଳି ଅଂଚଳରେ ପାଣି ଜମିଛି । ସ୍କୁଲର ୩ଟି ଶ୍ରେଣୀ ଗୃହ, ରୋଷେଇ ଘର ଓ ଅଫିସରେ ପାଣି ଲହଡି ମାରୁଛି । ସେହିଭଳି ଭଦ୍ରକର ବିଭିନ୍ନ ମନ୍ଦିର ଗୁଡିକରେ ପାଣି ଜମି ରହିଛି । ବାବା ଲୋକନାଥଙ୍କ ମନ୍ଦିରରେ ପାଣି ପଶି ମହାଦେବ ବୁଡି ଯାଇଛନ୍ତି ।