ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ । ୧୦୪ ଖଣି ମାଲିକ ଓଡ଼ିଶାର ସମ୍ପତ୍ତି ଲୁଟ କରୁଥିବା କଂଗ୍ରେସ ବିଧାୟକଙ୍କ ଅଭିଯୋଗ

93

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ୧୦୪ ଖଣି ମାଲିକ ଓଡ଼ିଶାର ସମ୍ପତିକୁ ହରିଲୁଟ୍ କରିଛନ୍ତି । ଶହ ଶହ ଟ୍ରକ୍ ଖଣିଜ ପଦାର୍ଥ ବାହାର ରାଜ୍ୟକୁ ଚାଲାଣ କରାଯାଉଛି । ତେଣୁ ଏହି କମ୍ପାନୀ ମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏପରି ଦାବି କରିଛନ୍ତି ।

ସେପଟେ, ପାନୀୟ ଜଳ ପ୍ରକଳ୍ପ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ପିଇବା ପାଣି ପ୍ରସଙ୍ଗ ମଧ୍ୟ ଉଠାଇ ଉଭୟ ଶାସକ ଓ ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖରାଦିନେ ପିଇବା ପାଣି ସଙ୍କଟ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାନୀପତି । ମେଗା ପାଇପ ପାଣି ପହଂଚିବା ପର୍ଯ୍ୟନ୍ତ ସରକାର କେଉଁ ବ୍ୟବସ୍ଥା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶସକ ବିଧାୟକ ପ୍ରଦୀପ ଅମାତ । ଯଦି ନ ହୋଇଛି ଟ୍ୟୁବୱେଲ ଯୋଗେ ପାଣି ଯୋଗାଇବାକୁ ସେ ଦାବି କରିଛନ୍ତି ।