ଗୋଠପାଟଣାରେ ଘୋଟାଲା: ଖୋଳ କରିଦେଲେ ଜଙ୍ଗଲୀ ଦଲାଲ, ମାଟି ନେଇଗଲେ ମାଫିଆ

139

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ବଡ ଘୋଟାଲା । ବର୍ଷ ବର୍ଷ ଧରି ଜଙ୍ଗଲ ଜମିରୁ ଗଛ କାଟି କୋଟି କୋଟି ଟଙ୍କା ହଡପ କରିବା ସହ ମୋରମ୍ ପଥର ଭଳି ମୂଲ୍ୟବାନ ପଦାର୍ଥ ଲୁଟ୍ ଅଭିଯୋଗ ହୋଇଛି । ଗାଁ ଲୋକେ ଏନେଇ ଚୋରାଚାଲାଣ ହେଉଥିବା ୧୧ଟି ହାଇୱା ଗାଡିକୁ ଅଟକ ରଖିବାରୁ ହାଇୱା ଚଢାଇ ହତ୍ୟା ଉଦ୍ୟମ ହୋଇଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି ।

ଖୋଲିଲା ମାଫିଆଙ୍କ ମୁଖା । ଧରା ହେଲା ଗାଡି ଖସିଗଲେ ମାଲିକ । ଜବତ ହେଲା ଲକ୍ଷଲକ୍ଷ ଟଙ୍କାର ଚୋରା ଚାଲାଣ ହେଉଥିବା ମୋରମ ଓ ପଥର । ଥାନା ଆଗରେ ଛିଡା ହୋଇଥିବା ଏହି ୧୧ଟି ଗାଡିରେ ରାତି ପାହିଲେ ହେଉଥିଲା ମୋରମ- ପଥରର ଚୋରା ଚାଲାଣ । ଜଙ୍ଗଲକୁ ସଫା କରି ବର୍ଷ ବର୍ଷ ଧରି ଲୁଟି ଚାଲିଥିଲେ ଏମାନେ । ବେଆଇନ ଭାବେ କୋଟି କୋଟି ଟଙ୍କାର ସମ୍ପତି ବେଧଡକ ଭାବେ ଲୁଟ ହେଉଥିଲେ ବି ଆଖି ବୁଜି ବସିଥିଲା ପ୍ରସାଶନ । ଦେଖନ୍ତୁ ଏକର ଏକର ଜଙ୍ଗଲକୁ କାଟି ସଫା କରି ଦେଇଛନ୍ତି ଦଲାଲ । ଆଉ ଜମିକୁ ତାଡି କେମିତି ଏହି ମାଫିଆ ମାନେ କୃତିମ ପୋଖରି ତିଆରି କରି ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ କିଛି ଅସାଧୁ ଅଫିସରଙ୍କ ସହ ମାଫିଆ ମାନଙ୍କର ଥିଲା ମଧୁଚନ୍ଦ୍ରିକା । ଆଉ ବିରୋଧ ପରେବି ଏମାନେ ବର୍ଷ ବର୍ଷ ଧରି ଏମିତି ଲୁଟି ଚାଲିଥିଲେ ମାଟି ମାଫିଆ । ଗାଁ ଲୋକେ ମିଶି ଗାଡିକୁ ଅôକାଇ ହୋହଲ୍ଲା କରିବା ପରେ, ଏହି ବେଆଇନ ଗାଡି ଗୁଡିକ ଜବତ କରାଯାଇଥିଲା ।

ମାଟି ମାଫିଆଙ୍କ ଆଉ ଏକ କାରନାମା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ଫାଣ୍ଡି ଆଗରେ ଧାଡି ଧାଡି ଠିଆ ହୋଇଥିବା ଏହି ହାଇଓାରେ ରହିଛି ସମ୍ପୁର୍ଣ୍ଣ ଘୋଟାଲା । ମୋବାଇଲ ଆପଲିକେସନରୁ ମିଳୁଥିବା ତଥ୍ୟ ଅନୁସାରେ, ଏକାଧିକ ଗାଡି ନମ୍ବରରେ ହାଇଓା ନୁହେଁ ବରଂ ଅନ୍ୟ ଗାଡି ନମ୍ବରରେ ରେଜିଷ୍ଟେସନ ହୋଇଛି । ମାଫିଆ ମାନେ ଚୋରା ଚାଲାଣ କରୁଥିବାରୁ ଫେକ ବା ଜାଲି ନମ୍ବର ଲଗାଇ ଏହି ଗାଡି ବ୍ୟବହାର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଆଉ ସବୁଠାରୁ ବଡକଥା ହେଲା ଏହି ଗାଡି ଅଟକାଇବାରୁ ସ୍ଥାନୀୟ ଲୋକଙ୍କୁ ଗାଡି ଛାଡିବା ପାଇଁ କଣ କଣ ସବୁ ଧମକ ମିଳିଥିଲା ଟିକିଏ ଶୁଣି ନିଅନ୍ତୁ।

ଏଠାରେ ପ୍ରଶ୍ନ ଉଠୁଛି
– ମାଟି ମାଫିଆଙ୍କ ସହ ହାତ ମିଳାଇଥିବା ଅସାଧୁ ଅଫିସର କିଏ?
– ରାଜନୈତିକ ଲୋକଙ୍କ ଛତ୍ରଛାୟା ତଳେ ଚାଲିଥିଲା କି ମାଫିଆଗିରି?
– କାହା ଚାପରେ ଚେପା ହୋଇଥିଲା ପ୍ରଶାସନ?
– ବର୍ଷ ବର୍ଷ ଧରି କେତେ କୋଟିର ଘୋଟାଲା ହୋଇଛି?
– ଘୋଟାଲା ପଛରେ କିଏ?
– କୁଆଡେ ଗଲେ ଗାଡି ମାଲିକ? ଏଭଳି ଅନେକ ଗୁଡିଏ ଅସମାହିତ ପ୍ରଶ୍ନର ଉତ୍ତର ଅପେକ୍ଷାରେ ଗୋଠପାଟଣାବାସୀ