ପୁରୀ ମାଟିଆପଡା ଫକୀର ଗେଷ୍ଟ ହାଉସରୁ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

614

କନକ ବ୍ୟୁରୋ: ପୁରୀ ମାଟିଆପଡା ଫକୀର ଗେଷ୍ଟ ହାଉସରୁ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦୁସ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ତାଳ ବଣିଆ ଥାନା ପୁଲିସ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ସାକ୍ଷୀଗୋପାଳରେ ନର୍ସ ଭାବେ କାର୍ଯ୍ୟ କରୁଥଲେ ୨୩ ବର୍ଷିୟ ପ୍ରିୟଙ୍କା ବେହେରା । ଗତ ୧୪ ତାରିଖରୁ ସେ ଘରୁ ବାହାରକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ତା ପର ଦିନ ଯୁବତୀଙ୍କ ମୃତଦେହ ଗେଷ୍ଟ ହାଉସରୁ ଉଦ୍ଧାର ହୋଇଥିଲା । କିନ୍ତୁ ପୁଲିସ ଏବଂ ମାଜିଷ୍ଟ୍ରେଟ୍ ଆସିବା ପୂର୍ବରୁ ମୃତଦେହ କବାଟ ଭାଙ୍ଗି କଢାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଝିଅର ପ୍ରେମିକ ସାଗର ପାତ୍ରଙ୍କୁ ପୁଲିସ ଗରିଫ କରିଥିବା ବେଳେ ଏହା ଏକ ଯୋଜନା ବଦ୍ଧ ଷଡ଼ଯନ୍ତ୍ର ବୋଲି ଯୁବତୀଙ୍କ ଭାଇ ଅଭିଯୋଗ ଆଣିଛନ୍ତି । ନ୍ୟାୟ ନମିଳିଲେ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ପରିବାର ଲୋକେ ।