ଖରା ଦିନ ଆରମ୍ଭରୁ ହୁତହୁତ ହୋଇ ଜଳୁଛି ଜଙ୍ଗଲ: ସୋର ଆସିକାର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ

77

କନକ ବ୍ୟୁରୋ: ଖରା ଦିନ ଆରମ୍ଭରୁ ଜଳୁଛି ଜଙ୍ଗଲ । ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଜଙ୍ଗଲ ଜଳିବାର ଦୃଶ୍ୟ । ଜଙ୍ଗଲରୁ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି । ଶିମଳିପାଳ ପରେ ପରେ ଅନ୍ୟ ଜଙ୍ଗଲରେ ନିଆଁ ଧରି ବହୁ ମୂଲ୍ୟବାନ ଗଛ ସବୁ ପୋଡିଗଲାଣି । ଅନ୍ୟ ସ୍ଥାନ ଭଳି ସୋର ମଙ୍ଗଳପୁର ବିଟ୍ ଅଂଚଳରେ ଥିବା ଜଙ୍ଗଳରେ ଲାଗିଛି ନିଆଁ । ହୁତ୍ ହୂତ୍ ହୋଇ ଜଳିଯାଉଛି ଜଙ୍ଗଲ । ରାତିରୁ ନିଆଁ ଲାଗିଥିବା ବେଳେ ଏଯାଏର୍ ନିଆଁ ଆୟତ ହୋଇପାରୁନି । ଏବେ ସୁଦ୍ଧା ୧୦୦ଏକରରୁ ଅଧିକ ଜଙ୍ଗଲ ପୋଡି ପାଉଁଶ ହୋଇଗଲାଣି । ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଗଛ ସବୁ ପୋଡି ଗଲାଣି । ସେହିଭଳି ଆସିକାରେ ମଧ୍ୟ ଜଙ୍ଗଲରେ ନିଆର୍ ଲାଗି ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଗଲାଣି ।। ଆସିକା ଧରକୋଟ ସେକ୍ସନରେ ଜଙ୍ଗଲରେ ନିଆଁ ଲାଗିଛି । ନିଆଁ ଧୀରେ ଧୀରେ ଚାରିଆଡେ ବ୍ୟାପିବାରେ ଲାଗିଛି । ବୁ ମୂଲ୍ୟବାନ ଗଛ ସବୁ ନିଆଁରେ ପୋଡି ଗଲାଣି । ନିଆଁକୁ ଆୟତ କରିବାକୁ ବନ ବିଭାଗକୁ ଜଣାଯାଇଛି ।