ନୂଆପଡ଼ାରେ ବିଜୁ ଏକ୍ସପ୍ରେସ୍ ୱେର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ୫୪୬ କିଲୋମିଟର ରାସ୍ତା ପାଇଁ ଖର୍ଚ୍ଚ ହେଇଛି ୬ ଶହ କୋଟି

126

କନକ ବ୍ୟୁରୋ: ନୂଆପଡ଼ାରେ ବିଜୁ ଏକ୍ସପ୍ରେସ୍ ୱେର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ଏହି ଏକ୍ସପ୍ରେସ୍ ୱେକୁ ବିଜୁ ଅର୍ଥନୈତିକ କରିଡ଼ର ଭାବେ ନାମିତ କରିବାକୁ ନିଷ୍ପତି ହୋଇଛି । ପଶ୍ଚିମ ଓଡ଼ିଶାର ୬ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଏହି ଏକ୍ସପ୍ରେସ୍ ୱେର ପରିକଳ୍ପନା କରାଯାଇଛି । ଏହି ଏକ୍ସପ୍ରେସ୍ ୱେ ଦ୍ୱାରା ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ସହ ବ୍ୟବସାୟିକ ବୃଦ୍ଧିରେ ମଧ୍ୟ ସହାୟକ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଆମପାଣିରୁ ମୋଟୁ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ମଧ୍ୟ ଲୋକାର୍ପିତ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୫୪୬ କିଲୋମିଟର ରାସ୍ତା ପାଇଁ ୬ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।