ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟକ । ପଢନ୍ତୁ, ସେ କଣ କହିଲେ…

121

କନକ ବ୍ୟୁରୋ: ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ୬୦୦ କିଲୋମିଟର ଦୂରରୁ ଆଦିବାସୀ ନେତା ବୈଠକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ଥିବା ସତ୍ତେ୍ୱ ସେ ଆସିଲେ ନାହିଁ । ଅଳ୍ପ ସମୟ ପାଇଁ ଭର୍ଚୁଆଲ ମୋଡ଼ରେ ଯୋଡ଼ି ହେଲେ ବୋଲି କହିଛନ୍ତି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଏଥରୁ ସ୍ପଷ୍ଟ ହେଉଛି ଯେ, ମୁଖ୍ୟମନ୍ତ୍ରୀ ଦପ୍ତରକୁ ମଧ୍ୟ ଆସୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ । ଆଦିବାସୀ ନେତାଙ୍କୁ ଡାକି ନିଜେ ନଆସିବା ଆଦିବାସୀଙ୍କ ଅପମାନ ବୋଲି ଅଭିଯୋଗ କରିଛନ୍ତି । ସେହିପରି ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀଙ୍କୁ ଆଦିବାସୀଙ୍କ କଥା ମନେ ପଡ଼େ ବୋଲି ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ନବୀନ ସରକାରଙ୍କୁ ନେଇ ପୁଣିଥରେ ଟାର୍ଗେଟ୍ କରିଛି ବିଜେପି । ଆଜି ସମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ସିଧାସଳଖ ନବୀନ ସରକାରଙ୍କୁ ଟାର୍ଗେଟ୍ କରଛନ୍ତି । ଏବେ ପ୍ରଶାସନିକ ମାଫିଆ ଓ ତସ୍କରରେ ନବୀନ ସରକାର ଚାଲିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର । ୨୩ ବର୍ଷ ହେଲା ନବୀନ ସରକାର ମାଫିଆ ତସ୍କରଙ୍କ ଅଧୀନରେ ଥିଲା । ଏବେ ରାଜ୍ୟରେ ପ୍ରଶାସନିକ ମାଫିଆ ଅଧୀନରେ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । ମିଶନ ଶକ୍ତି ସଚିବଙ୍କ ଉଦବୋଧନର ଏକ ଅଡିଆ କ୍ଲିପ୍ ଶୁଣାଇ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର । ଅଡ଼ିଓରେ ସଚିବ, ମିଶନ ଶକ୍ତି ଅଧିକାରୀଙ୍କୁ ଅଶ୍ଲୀଳ ଗାଳି ଦେଉଥିବା ସେ ଅଭିଯୋଗ କରିଛନ୍ତି ।