‘ଆତଙ୍କବାଦୀଙ୍କ ପାଖରେ ରହିଛି ଆଣବିକ , ଜୈବିକ ଅସ୍ତ୍ର’: ଜାତିସଂଘରେ ଭାରତର ଚେତାବନୀ

167

କନକ ବ୍ୟୁରୋ: ଆତଙ୍କବାଦୀଙ୍କ ପାଖରେ ଆଣବିକ, ଜୈବିକ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି । ସେମାନେ ଏହାକୁ ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ବ୍ୟବହାର କରିବାର ଯଥେଷ୍ଟ ଆଶଙ୍କା ରହିଛି । ଏନେଇ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାରତ ଚେତାବନୀ ଦେଇଛି । ଜାତିସଂଘରେ ଅବସ୍ଥାପିତ ଭାରତୀୟ ଅଧିକାରୀ ଅମରନାଥ ଏପରି ସୂଚନା ଦେଇଛନ୍ତି ।

ଅମରନାଥ କହିଛନ୍ତି ଯେ, ନୂତନ ଜ୍ଞାନକୌଶଳ ବିକାଶ ସିହିତ ଆଣିବିକ , ରାସାୟନିକ ଏବଂ ଜୈବିକ ଅସ୍ତ୍ର ଅଧିକ ମାରାତ୍ମକ ହେବାରେ ଲାଗିଛି । ଆତଙ୍କବାଦୀ ଗୋଷ୍ଠୀର ହାତରେ ଏସବୁ ପଡିବାର ଆଶଙ୍କା ବୃଦ୍ଧି ପାଉଛିି । ଆତଙ୍କବାଦୀ ଗୋଷ୍ଠୀ ସହ କାର୍ଯ୍ୟ କରୁଥିବା କେତେକ ଦେଶର ଅଣସରକାରୀ ବାହିନୀ କ୍ଷେପଣାସ୍ତ୍ର ଏବଂ ମାନବବିହୀନ ବିମାନ ପ୍ରଣାଳୀରେ ଆକ୍ରମଣ କରିବାର ଆଶଙ୍କା ବଢୁଥିବା ସେ କହିଛନ୍ତି । ଏହାର ସମାଧାନ ସମସ୍ତ ଦେଶ ଖୋଜିବା ଏବେ ଜରୁରୀ ହୋଇପଡିଥିବା ସେ କହିଛନ୍ତି ।

ଜାତିସଂଘର ଅନୁସନ୍ଧାନକାରୀ ଦଳର ରିପୋର୍ଟରେ ଅମରନାଥ କହିଛନ୍ତି ଯେ, ଦେଶରେ ଆତଙ୍କବାଦୀ ଗୋଷ୍ଠୀ କେତେକ ସ୍ଥାନଗୁଡିକ ନିଜ ଦଖଲକୁ ନେଇଛନ୍ତି । ସେମାନେ ମାରାତ୍ମକ ଅସ୍ତ୍ର ବିକଶିତ କରିବା ସହିତ ଏହାକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରିବାର ଆଶଙ୍କା ବଢୁଥିବା କହିଛନ୍ତି ଅମରନାଥ ।