କନ୍ଧମାଳରେ ଖସୁଛି ତାପମାତ୍ରା, ବଢୁଛି ଶୀତ

115

କନକ ବ୍ୟୁରୋ: କନ୍ଧମାଳରେ ଖସୁଛି ତାପମାତ୍ରା, ବଢୁଛି ଶୀତ । ଗତକିଛି ଦିନ ହେଲା ଲଗାତର ତାପମାତ୍ରା ହ୍ରାସ ପାଉଥିବା ବେଳେ ଘନ କୁହୁଡ଼ି ସାଙ୍ଗକୁ ତୁଷାରପାତ ହେଉଛି । ଦୁଇ ଦିନରେ ୨.୫ ଡିଗ୍ରୀ ସେଲସିୟମ୍ ତାପମାତ୍ରା ହ୍ରାସ ପାଇ ୧୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ବିଳମ୍ବରେ ହେଉପଛେ କନ୍ଧମାଳକୁ ଶୀତ ଛୁଇଁଥିବା ବେଳେ ପହିଲି ଶୀତର ମଜା ନେଉଛନ୍ତି ଅଂଚଳବାସୀ । ଘନ କୁହୁଡ଼ି ଯୋଗୁ ଯାନବାହାନ ଚଳାଚ ମଧ୍ୟ ପ୍ରଭାବିତ ହେଉଛି । ବିଶେଷକରି ଶୀତଦିନେ କନ୍ଧମାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଗେଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଗହଳି ଜମିଥାଏ ।

ଓଡ଼ିଶାର କାଶ୍ମୀର କୁହାଯାଉଥିବ ଦାରିଙ୍ଗବାଡୀ, କଫିପାର୍କ ଏବଂ ହିଲଭ୍ୟୁ ପଏଂଟ ବୁଲି ମଜା ନିଅନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ।