ସାମ୍ବାଦିକ ସମ୍ମିଳନୀରେ ଉତ୍ତର ଦେଉଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ନୀତିଶ କୁମାର କହିଲେଏଭଳି କଥା

177

କନକ ବ୍ୟୁରୋ: ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବାକୁ ବିହାର ଗସ୍ତରେ ପହଞ୍ଚିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ । ଏହି ଅବସରରେ ଦୁହେଁ ମିଶି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ହେଲେ ମଝିରେ ଜଣେ ସାମ୍ବାଦିକ ଏପରି ପ୍ରଶ୍ନ କଲେ ଯେ ନିଜ ଚେୟାରରୁ ଉଠିପଡିଲେ ନୀତିଶ କୁମାରଏବଂ କହିଥିଲେ ‘ୟାଙ୍କ ଚକ୍କରରେ ପଡନି’ ।

କଥା ହେଉଛି ଏକ ସାମ୍ବାଦିକ ସମ୍ମିଳନୀ ଚାଲିଥିବାବେଳେ ସାମ୍ବାଦିକମାନଙ୍କର ଗୋଟେ ପରେ ଗୋଟେ ପ୍ରଶ୍ନରତ୍ତ ଉତ୍ତର ଦେଉଥିଲେ କେସିଆର ଓ ନୀତିଶ କୁମାର । ଏହା ଭିତରେ ସାମ୍ବାଦିକ ଜଣକ କେସିଆରଙ୍କୁ ପ୍ରଶ୍ନ କରିଥିଲେ ଯେ, ‘ଯଦି ଆଗକୁ ଏକ ନୂଆ ଫ୍ରଣ୍ଟ ନିର୍ମାଣ କରାଯାଏ ସେ କାହାକୁ ସମର୍ଥନ କରିବେ? ଏବଂ ପ୍ରଧାମନ୍ତ୍ରୀ ପ୍ରାର୍ଥୀ ଭାବେ ସେ ନୀତିଶ କୁମାରଙ୍କୁ ସମର୍ଥନ କରିବେ କି ନାହିଁ?’ ବାସ୍ ଏହି ପ୍ରଶ୍ନ ଶୁଣିବା ମାତ୍ରେ ନିଜ ଜାଗାରୁ ଉଠିଯାଇଥିଲେ ନୀତିଶ ଏବଂ ଜୋରରେ ହସିବାକୁ ଲାଗିଥିଲେ । ତାଙ୍କୁ ବସିବାକୁ ବାରମ୍ବାର କେସିଆର ଅନୁରୋଧ କରୁଥିଲେ ବି ଶୁଣିବାକୁ ନାରାଜ ଥିଲେ ନୀତିଶ । ଏବଂ ସାମ୍ବାଦିକ ମାନଙ୍କୁ ଇଙ୍ଗିତ କରି ଚନ୍ଦ୍ରଶେଖରଙ୍କୁ କହିଥିଲେ ‘ୟାଙ୍କ ଚକ୍କରରେ ପଡନାହିଁ’ ।

ନୀତିଶ କୁମାର ଓ ଚନ୍ଦ୍ରଶେଖରଙ୍କ ସାମ୍ବାଦିକ ସମ୍ମିଳନୀର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସାମ୍ବାଦିକ ସମ୍ମିଳନୀରେ ନୀତିଶ କୁମାରଙ୍କ ଏପରି ବ୍ୟବହାରକୁ ନେଇ ପଅ୍ରତିକ୍ରିୟା ପ୍ରକାଶ ପାଉଛି ।