ସୁମିତ-ତପସ୍ୱିନୀ ବିବାଦ ମାମଲା : ଆଜି ମୂଳପିଟିସନର ଶୁଣାଣି କରିବେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ

ଅଦାଲତଙ୍କ ନିର୍ଦ୍ଦେଶ ଉପରେ ରହିଛି ନଜର; ସେପଟେ ଶାଶୁଘର ଆଗରେ ରୋଷେଇ କଲେ ତପସ୍ୱିନୀ

188

କନକ ବ୍ୟୁରୋ : ତପସ୍ୱିନୀ-ସୁମିତ ବିବାଦ ମାମଲାରେ ଆଜି ମୂଳପିଟିସନର ଶୁଣାଣି କରିବେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ । ଅଦାଲତଙ୍କ ଆଜି କ’ଣ ନିର୍ଦ୍ଦେଶ ଦେବେ, ଏହା ଉପରେ ରହିଛି ସମସ୍ତଙ୍କ ନଜର । ସେପେଟେ ଶାଶୁଘର ଆଗରେ ତପସ୍ୱିନୀଙ୍କ ଧାରଣା ଅବ୍ୟାହତ ରହିଥିବା ବେଳେ ଗତକାଲି ଆସିଥିଲା ରୋଚକ ଦୃଶ୍ୟ । ଶଶୁରଘର ମ୍ସାମ୍ନାରେ ରୋଷେଇ କରିଥିଲେ ତପସ୍ୱିନୀ । ସମାଜସେବୀ ପ୍ରମିଳା ତିପ୍ରାଠୀଙ୍କ ସହ ମିଶି ଚୂଲି ଜାଳି ରୋଷେଇ କରିଛନ୍ତି ତପସ୍ୱିନୀ ।

ସେପଟେ ତପସ୍ୱିନୀ ଓ ସୁମିତଙ୍କ ବିବାଦର ଆଉ ଏକ ମୋଡ଼ ବି ସାମ୍ନାକୁ ଆସିଛି । ସୁମିତଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ତପସ୍ୱିନୀ ଆଠ ଲକ୍ଷ ଟଙ୍କା ମାଗୁଥିବା ଦାବି କରାଯାଇଛି । ଏହି ଭିଡିଓ କେବେ ସୁଟ୍ ହୋଇଛି, ସେ ନେଇ ସ୍ପଷ୍ଟ ତଥ୍ୟ ନଥିବା ବେଳେ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ପାଇଁ କଥା କଟାକଟି ହୋଇଛି । ଭିଡିଓଟିକୁ ସୁମିତ ନିଜେ ସୁଟ୍ କରିଥିବା ବେଳେ ତପସ୍ୱିନୀଙ୍କୁ ମୁହାଁମୁହିଁ କରାଇବାକୁ ଚେଷ୍ଟା କରିଛନ୍ତି । ଯେଉଁଥିରେ ଊତ୍ୟକ୍ତ ହୋଇ ତପସ୍ୱିନୀ କହୁଛନ୍ତି ଆଗ ୮ ଲକ୍ଷ ଟଂକା ଦେଇଦିଅ, ପରେ ଛାଡ଼ପତ୍ର କଥା କହିଛନ୍ତି ।

ଆଉ ଏନେଇ ଯେତେବେଳେ ତପସ୍ୱିନୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା, ସେ କହିଥିଲେ ଯେ, ୮ ଲକ୍ଷ ଟଙ୍କା ସୁମିତଙ୍କ ପରିବାର ବାହାଘର ସମୟରେ ନେଇଥିଲେ । ଗାଈ ବିକି ଏହି ଟଙ୍କା ସୁମିତଙ୍କ ପରିବାରକୁ ଦିଆଯାଇଥିବା ସେ ପାଲଟା ଅଭିଯୋଗ କରିଛନ୍ତି । କୌଣସି ପରିସ୍ଥିତିରେ ସେ ଛାଡ଼ପତ୍ର ନେବେ ନାହିଁ ବୋଲି କହିଛନ୍ତି । ସେପଟେ ସୁମିତ କହିଛନ୍ତି ମିଛ କହୁଛନ୍ତି ତପସ୍ୱିନୀ । ମାମଲା କୋର୍ଟରେ ଥିବାବେଳେ ସେ ପରିବାରକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ।