କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦଯାତ୍ରା ବେଳେ ଚାଲିଗଲା ବିଜୁଳି : ଅନ୍ଧାରରେ ହାତ ହଲାଇ ଲୋକଙ୍କୁ ଅଭିବାଦନ କଲେ ଶାହା

201

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଦଯାତ୍ରା ବେଳେ ଅଫ୍ ହୋଇଗଲା ଲାଇଟ୍ । ଶନିବାର ଚେନ୍ନାଇରେ ପହଞ୍ଚିଥିଲେ ଅମିତ ଶାହା । ଏହାପରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅମିତ ଶାହା ପଦଯାତ୍ରା କରିଥିଲେ । କିନ୍ତୁ ଏହି ସମୟରେ ରାସ୍ତାରେ ଥିବା ଆଲୁଅ ବନ୍ଦ ହୋଇଯାଇଥିଲେ । ଅନ୍ଧାର ଭିତରେ ଅମିତ ଶାହା ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଦଳୀୟ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।

ତେବେ ହଠାତ ଷ୍ଟ୍ରିଟ ଲାଇଟ୍ ବନ୍ଦ ହୋଇଯିବାକୁ ନେଇ ତାମିଲନାଡୁ ରାଜନୀତି ସରଗରମ ହୋଇଛି । ବିଜେପି ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି । ବିଜୁଳି କାଟ ହେବା ଅସହିଷ୍ଣୁତାର ପରିଚୟ ବୋଲି ଦଳ କହିଛି । ଏଥିସହ ତଦନ୍ତ ଦାବି କରିଛି । ଅନ୍ୟପଟେ ଡିଏମକେ କହିଛି ବିରୋଧୀ ବିଜେପି ବିଜୁଳି କାଟକୁ ନେଇ ରାଜନୀତି କରୁଛି । ଖରା ଦିନରେ ବିଦ୍ୟୁତ ବୋଝ ବଢିଛି । ଓଭରଲୋଡିଂ ପାଇଁ ଏପରି ହୋଇଛି ବୋଲି ଡିଏମକେ ସଫେଇ ଦେଇଛି ।