ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା କୁମାରୀ ମୃତ୍ୟୁ ମାମଲା : ଗିରଫ ଭୟରେ ସୌମ୍ୟଜିତଙ୍କ ଆଗୁଆ ଜାମିନ ଆବେଦନ

145

କନକ ବ୍ୟୁରୋ : ରହସ୍ୟମୟ ହୋଇପଡ଼ୁଛି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା । ପୁରୁଷବନ୍ଧୁ ସୌମ୍ୟଜିତ୍ ମହାପାତ୍ର ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିବା ପରେ ମାମଲା ଅଧିକ ଚର୍ଚ୍ଚିତ ହୋଇପଡ଼ିଛି । ପୋଲିସକୁ ତଦନ୍ତରେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇ ଥାନାରୁ ଯାଇଥିଲେ ସୌମ୍ୟଜିତ୍ ।

ଏବେ ଗିରଫଦାରୀ ଏଡାଇବାକୁ ଏପରି ପଦକ୍ଷେପ ନେଇଥିବାରୁ ତାଙ୍କ ଉପରେ ସନ୍ଦେହ ବୃଦ୍ଧି ପାଇଛି । ଏସବୁ ଭିତରେ ଶ୍ୱେତାଙ୍କ ବାପା ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇ ତଦନ୍ତ ପାଇଁ ନିବେଦନ କରିଛନ୍ତି । ଶ୍ୱେତାଙ୍କ ବାପା ସୌମ୍ୟଜିତଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଗ୍ରହଣ କରି ପୋଲିସ ଅଭିଯୁକ୍ତ ସୌମ୍ୟଜିତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ପରେ ସୌମ୍ୟଜିତ୍ ଫେରାର ହୋଇଯାଇଥିବା କୁହାଯାଉଛି ।