ବିଚାରପତିଙ୍କ ଉପରେ ବ୍ୟକ୍ତିଗତ ଆକ୍ଷେପ ବିପଦଜନକ । ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲାଗିବା ଦରକାର : ସୁପ୍ରିମକୋର୍ଟ ବିଚାରପତି ପର୍ଦ୍ଦିୱାଲା

490

କନକ ବ୍ୟୁରୋ : ବିଜେପିର ନିଲମ୍ବିତ ମୁଖପାତ୍ର ନୁପୁର ଶର୍ମାଙ୍କୁ କଡା ସମାଲୋଚନା କରି ଚର୍ଚ୍ଚାକୁ ଆସିଥିବା ସୁପ୍ରିମକୋର୍ଟର ବିଚାରପତି ଜେ.ବି ପର୍ଦ୍ଦିୱାଲା ଦେଶରେ ଡିଜିଟାଲ ଏବଂ ସାମାଜିକ ଗଣମାଧ୍ୟମରେ କଡାକଡି ନିୟନ୍ତ୍ରଣ ପାଇଁ ମତ ଦେଇଛନ୍ତି । ଆଇନ ଅନୁସାରେ ବିଚାର ହେବା ପୂର୍ବରୁ ଗଣମାଧ୍ୟମରେ ଯେଉଁ ବିଚାର କରଯାଉଛି ତାହା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ନୂଆଦିଲ୍ଲୀରେ ଏକ କାର୍ଯ୍ୟର୍କ୍ରମରେ ଯୋଗଦେଇ ସେ କହିଛନ୍ତି, ସାମାଜିକ ଗଣମାଧ୍ୟମ ସେହି ସବୁ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଛି ଯେଉଁମାନଙ୍କ ପାଖରେ ଅର୍ଦ୍ଧସତ୍ୟ ରହୁଛି ।

ଯେଉଁମାନେ ଆଇନ, ନ୍ୟାୟିକ ପ୍ରକ୍ରିୟା ଏବଂ ଏହାର ସୀମା ସମ୍ପର୍କର ବୁଝନ୍ତି ନାହିଁ । ତେଣୁ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲାଗିବା ଦରକାର ବୋଲି ସେ କହିଛନ୍ତିି । ବିଚାରପତି ଆହୁରୀ କହିଛନ୍ତି, ମିଡିଆ ଟ୍ରାଏଲ ରୁଲ ଅଫ ଲ ପାଇଁ ସ୍ୱାସ୍ଥ୍ୟପ୍ରଦ ନୁହେଁ । ସୋଶିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଉଛି । ସୁପ୍ରିମକୋର୍ଟ ରାୟକୁ ନେଇ ମଧ୍ୟ ବିଚାରପତିମାନଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରାଯାଉଛି । ତେଣୁ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲାଗିବା ଦରକାର । ଏଥିପାଇଁ ଆଇନ ଅଣାଯିବା ଜରୁରୀ ହୋଇପଡିଛି ବୋଲି କହିଛନ୍ତି ଜଷ୍ଟିସ ଜେବି ପର୍ଦ୍ଦିୱାଲା ।