‘ଇଡି’ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧିକଲେ ସୁପ୍ରିମକୋର୍ଟ । କହିଲେ, ଅନ୍ୟ ଅଧିକାରୀମାନେ ଅଯୋଗ୍ୟ କି ?

124

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କରିଥିବା ଆବେଦନ ଉପରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରି ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଶୁଣାଣି ବେଳେ ସଲିସିଟର ଜେନରାଲ ତୁଷାର ମେହଟ୍ଟା କହିଛନ୍ତି କି, ଆମେ ସମସ୍ତ ଆବେଦନକାରୀଙ୍କୁ ଅବଗତ କରିଛୁ । ଆମେ ଜାଣିଛୁ ଯେ ଆପଣ ସେମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପରିସ୍ଥିତି ଅସାଧାରଣ ଅଟେ । ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ ଗସ୍ତ ନଭେମ୍ବରରେ ହେବ । ଏହା ଉପରେ ଜଷ୍ଟିସ ବି,ଆର ଗବଇ କହିଛନ୍ତି କି, ଆପଣ ଏଭଳି ଛବି ତିଆରି କରିବାକୁ ଯାଉଛନ୍ତି କି, ଯେମିତି ସଂଜୟ କୁମାର ମିଶ୍ରାଙ୍କ ବ୍ୟତୀତ ଏହି ବିଭାଗରେ ଥିବା ଅନ୍ୟ କର୍ମଚାରୀମାନେ ଅଯୋଗ୍ୟ । ମାତ୍ର ଅଧିକାରୀ ସଂଜୟ କୁମାର ମିଶ୍ରା ଜଣେମାତ୍ର ଯୋଗ୍ୟ ଅଧିକାରୀ କି ବୋଲି ବିଚାରପତି ପ୍ରଶ୍ନ କରିଥିଲେ ।

ଜଷ୍ଟିସଙ୍କ ଏହି ମନ୍ତବ୍ୟ ଉପରେ ତୁଷାର ମେହଟ୍ଟା କହିଥିଲେ କି ‘ଏଭଳି ନୁହେଁ , କଥା ନେତୃତ୍ୱକୁ ନେଇ ରହିଛି । ଏହି ଅଧିକାରୀ ୫ ବର୍ଷ ଧରି ଏହି ମାମଲା ଉପରେ ପ୍ରସ୍ତୁତ ଚଳାଇଛନ୍ତି, ଏଥିରେ ଭାରତକୁ ଯେଉଁ ରେଟିଂ ମଳିବ ସେଥିରେ ଦେଶକୁ ଅନେକ ଲାଭ ହେବ । ବିଶ୍ୱବ୍ୟାଙ୍କର କ୍ରେଡିଟ୍ ରାକିଂ ଉପରେ ବି ଏହାର ସକରାତ୍ମକ ପ୍ରଭାବ ପଡିବ’