ପୁଣି ମଞ୍ଚସ୍ଥ ହେଲା ନାଟକ ‘ଆହେ ନୀଳ ଶଇଳ’ : ୧୨ ତାରିଖ ଯାଏଁ ପରିବେଷଣ କରାଯିବ

84

କନକ ବ୍ୟୁରୋ : ଦଶମ ଥର ପାଇଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପୁଣି ମଞ୍ଚସ୍ଥ ହୋଇଛି ନାଟକ ‘ଆହେ ନୀଳ ଶଇଳ’ । ପୂର୍ବରୁ ରବୀନ୍ଦ୍ର ମଣ୍ଡପ ଓ ବେଙ୍ଗାଲୁରୁରେ ଏହି ନାଟକ ପରିବେଷଣ ହୋଇ ଉଚ୍ଚ ପ୍ରଂଶସିତ ହୋଇଛି । ନାଟକ ‘ଆହେ ନୀଳ ଶଇଳ’ ନଭେମ୍ବର ୧୨ ତାରିଖ ଯାଏଁ ପରିବେଷଣ କରାଯିବ । ଗତକାଲି ପ୍ରଥମ ଦିନରେ ନାଟକ ଦେଖିବାକୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ଅନେକ ଦର୍ଶକ ଏହି ନାଟକକୁ ତୃତୀୟ ଥର ପାଇଁ ଦେଖିବାକୁ ଆସିଥିବା କହିଛନ୍ତି । ମୋଗଲ ସମୟର ଏହି କଥା ବସ୍ତୁରେ ରହିଛି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବଙ୍କ ଅମର ଗାଥା ।

ଓଡ଼ିଶାର ଇତିହାସ ଓ ସଂସ୍କୃତି କିପରି ଜଗନ୍ନାଥଙ୍କୁ କେନ୍ଦ୍ର କରି ଘୁରି ବୁଲୁଥିଲା ଏବଂ ଜଗନ୍ନାଥଙ୍କ ସୁରକ୍ଷା ପାଇଁ କିପରି ରାଜାଙ୍କ ଠାରୁ ପ୍ରଜା ପର୍ଯ୍ୟନ୍ତ ବଳିଦାନ ଦେବାକୁ ପଛଘୁଞ୍ଚା ଦେଉନଥିଲେ, ତାହା ଏହି ନାଟକରେ ବର୍ଣ୍ଣନା ହୋଇଛି । ଗଜପତି ରାମଚନ୍ଦ୍ର ଦେବଙ୍କ ସଂଘର୍ଷ ଓ ବଳିଦାନର ଏହି କାହାଣୀ ଦର୍ଶକଙ୍କ ଆଖିରେ ଲୁହ ଭରିଦେଉଛି । ଆପଣ ଏହି ନାଟକକୁ ଦେଖିବାକୁ ଚାହୁଁଥିଲେ ଅନଲାଇନ ଓ ଅଫଲାଇନରେ ଟିକେଟ ବୁକ୍ କରିପାରିବେ । ଅନଲାଇନରେ ବୁକ ମାଇ ଶୋ ଡଟ୍ କମରେ ଟିକେଟ ବୁକ କରିପାରିବେ । ରବୀନ୍ଦ୍ର ମଣ୍ଡପରେ ବିି ଟିକେଟ ଉପଲବ୍ଧ ହେଉଛି । ଏହାଛଡା ଫୋନ କରି ବି ଆପଣ ଟିକେଟ ବୁକ କରିପାରିବେ । ମୋବାଇଲ ନମ୍ବର ହେଉଛି, ୯୮୫୩୦୩୫୧୦୪ ।