‘ମନ କୀ ବାତ୍’ର ୧୦୦ ତମ ଏପିସୋଡ୍ ଶୁଣିଲେନି ବୋଲି… ଛାତ୍ରଛାତ୍ରୀଙ୍କ ଉପରେ ଜରିମାନା

1,919

କନକ ବ୍ୟୁରୋ: ମୋଦୀଙ୍କ ସ୍ୱତନ୍ତ୍ର ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍’ର ୧୦୦ ତମ ଏପିସୋଡ୍ ଶୁଣିଲେନି ବୋଲି ସ୍କୁଲର ଛାତ୍ରଛାତ୍ରୀଙ୍କ ଉପରେ ଲଗିଲା ଜରିମାନା । ଏଭଳି ଘଟଣା ଘଟିଛି ଡେରାଡୁନର ଏକ ସ୍କୁଲରେ ।
‘ମନ୍ କୀ ବାତ୍’ର ୧୦୦ ତମ ଏପିସୋଡ ଶୁଣିବାକୁ ବିଭିନ୍ନ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଡେରାଡୁନରେ ମଧ୍ୟ ବିଜେପି ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା । ହେଲେ ଛାତ୍ରଛାତ୍ରୀମାନେ ଏହାକୁ ଶୁଣିବାକୁ ସ୍କୁଲ ଆସିଥିଲେ । ତେଣୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ୧୦୦ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ବିଦ୍ୟାଳୟର ହ୍ୱାଟ୍ସଆପ୍ ଗ୍ରୁପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଠାରୁ ଜରିମାନା ଅସୁଲ କରିବାକୁ ବିଦ୍ୟାଳୟ ପରିଚାଳନା କମିଟି ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ନ୍ୟାସନାଲ ଆସୋସିଏସନ୍ ଫର୍ ପ୍ୟାରେଣ୍ଟସ୍ ଆଣ୍ଡ୍ ଷ୍ଟୁଡେଣ୍ଟସ୍ ରାଇଟ୍ସ ଅଧ୍ୟକ୍ଷ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟର ମୁଖ୍ୟ ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ।