ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର : କାମାକ୍ଷାନଗର ମେଡିକାଲରେ ହେଉଛନ୍ତି ଚିକିତ୍ସିତ 

1,042

କନକ ବ୍ୟୁରୋ : ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର । କାମାକ୍ଷନଗର କଙ୍କଡାହାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ । ଅଭିଯୋଗ ଅନୁସାରେ, ସ୍କୁଲରେ ପ୍ରାର୍ଥନା ଚାଲିଥିବା ବେଳେ ଶିକ୍ଷୟିତ୍ରୀ ହଠାତ୍ ଷଷ୍ଠ ଶ୍ରେଣୀର ଛାତ୍ର ଗଣପତି ମହାନ୍ତଙ୍କ ଛାତିକୁ ମାଡ଼ ମାରିଥିଲେ । ଛାତ୍ର ଜଣକ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । ଗଣପତିଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି । ବର୍ତ୍ତମାନ ସେ କାମାକ୍ଷାନଗର ମେଡିକାଲରେ ଚିକିତ୍ସିତ ଅଛନ୍ତି ।