ସରକାରୀ ସ୍କୁଲରେ ପିଲାଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ? ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

284

କନକ ବ୍ୟୁରୋ : ରାଜ୍ୟରେ ବିଗତ ୨୦୧୩-୨୦୧୪ରୁ ୨୦୨୧-୨୦୨୨ ବର୍ଷ ମଧ୍ୟରେ ବିଭିନ୍ନସ୍ତରରେ ବିଦ୍ୟାଳୟମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମୁଣ୍ଡପିଛା ସରକାର କେତେ ଟଙ୍କା ବର୍ଷକୁ ଖର୍ଚ୍ଚ କରୁଛନ୍ତି । କେଉଁ କେଉଁ ଜିଲ୍ଲାରେ ଅଗମ୍ୟ, କଷ୍ଟସାଧ୍ୟ ତଥା ବିଦ୍ୟଳୟ ନଥିବା ଦୂର ଗ୍ରାମ ଗୁଡିକର ୬ରୁ ୧୪ବର୍ଷ ପିଲାମାନଙ୍କ ପାଇଁ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପରିବହନ ଓ ରକ୍ଷଣ ଅନୁଗାମୀ ବ୍ୟକ୍ତି ସୁବିଧା ନିମନ୍ତେ କେଉଁ ବର୍ଷ କେତେ ଛାତ୍ରଛାତ୍ରୀଙ୍କ ପାଇଁ କେତେ ଅର୍ଥ ବ୍ୟୟ କରାଯାଇଛି । ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।


– ତଥ୍ୟ ଅନୁଯାୟୀ ୨୦୨୧ ଆର୍ଥିକ ବର୍ଷରେ ରାଜ୍ୟର ୬ ରୁ ୧୪ ବର୍ଷ ପିଲାଙ୍କ ପାଇଁ ଖର୍ଚ୍ଚ ହୋଇଛି ୨୫ ହଜାର ୫୬ ଟଙ୍କା
– ୨୦୧୪-୧୫ ରେ ଏହି ରାଶି ଥିଲା ୯ ହଜାର ୧୮୪ ଟଙ୍କା
– ୨୦୧୬-୧୭ରେ ଏହି ରାଶି ୧୨ହଜାର ୬୦୨ ଟଙ୍କା ଥିଲା
– ୨୦୧୭-୧୮ରେ ଏହି ରାଶି ୧୪ ହଜାର ୩୧୫ ଟଙ୍କା ଥିଲା
– ୨୦୧୮-୧୯ରେ ଏହି ରାଶି ୧୭ହଜାର ୩୭୦ ଟଙ୍କା ଥିଲା

– ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଲିଖିତ ଉତ୍ତର