ଲଢେଇ ପୂର୍ବରୁ ରାଜ୍ୟ ବିଜେପି ସଭାପତିଙ୍କ ଦମ୍ଭୋକ୍ତି: କହିଲେ, ୨୦୨୪ରେ ଓଡିଶାରେ ସରକାର କରିବ ବିଜେପି

252

କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ରାଜ୍ୟରେ ବଦଳିବ ସରକାର । ଓଡିଶାରେ ସରକାର ଗଢିବ ଭାରତୀୟ ଜନତା ପାର୍ଟି । ବରଗଡ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଦମ୍ଭୋକ୍ତି ବାଢିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୨୦୨୪ରେ ବିଜେଡି ମୁକ୍ତ ହେବ ରାଜ୍ୟ । ବିଜେପି ଏକାକୀ ସରକାର ଗଢିବ । ମୁଖ୍ୟମନ୍ତ୍ରୀ ଏବେ ଦାୟିତ୍ୱ ନିର୍ବାହ କରୁ ନାହାଁନ୍ତି, ତେଣୁ ଲୋକମାନେ ବିଜୁ ଜନତା ଦଳକୁ ଅସ୍ୱୀକାର କଲେଣି ବୋଲି କହିଛନ୍ତି ମନମୋହନ ସାମଲ । କେବଳ ଲୋକଙ୍କୁ ଟଙ୍କା ଦେଇ ନିର୍ବାଚନ ଜିତିବେ, ସେପ୍ରକାର ବଜେଟ୍ କରିଛନ୍ତି ରାଜ୍ୟ ସରକାର । ଏସବୁ ଓଡିଶାର ଜନତା ଜାଣି ସାରିଲେଣି । ସବୁ ଜନତାଙ୍କ ପଇସା । କେହି ତାଙ୍କ ଘରୁ ଦେଉ ନାହାଁନ୍ତି । ସରକାରୀ ଟଙ୍କା ସଠିକ୍ ଭାବେ ବିନିଯୋଗ ନହେଲେ ବିଜେପି ସେହି ପ୍ରସଙ୍ଗ ଉଠାଇବ ବୋଲି କହିଛନ୍ତି ମନମୋହନ ସାମଲ ।