ଶ୍ରୀଲଙ୍କା ବିପକ୍ଷ ଶେଷ ଟି-୨୦: ଟସ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

93

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-୨୦ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ତେଣୁ ପ୍ରଥମେ ବୋଲିଂ କରିବ ଭାରତ । ଏହି ମ୍ୟାଚରେ ବିଜୟ ଲାଭ କରି ଭାରତ କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ସେହିପରି ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଆଜିର ମ୍ୟାଚରେ ଜିତିବାକୁ ଚେଷ୍ଟା କରିବ । ତେଣୁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।

ଭାରତ ଏହି ୩ଟିକିଆ ସିରିଜରେ ୨-୦ରେ ସିରିଜରେ ବିଜୟୀ ହୋଇସାରିଛି । ତେବେ ଆଜିର ମ୍ୟାଚରେ ଭାରତ ପକ୍ଷରୁ ଇଶାନ କିଷାନଙ୍କୁ ଏହି ମୟାଚରେ ବିଶ୍ରାମ ଦିଆଯାଇଛି । ତାଙ୍କ ବଦଳରେ ସଞ୍ଜୁ ସାମସନ ରୋହିତଙ୍କ ସହ ଓପନିଂ କରିପାରନ୍ତି ।