ବନ୍ୟା ପାଣିରେ ବୁଲୁଛି ବିଷଧର ସାପ : ନଦୀକୁଳିଆ ଗ୍ରାମବାସୀ ଭୟଭୀତ

859

କନକ ବୁରୋ : ବନ୍ୟା ପାଣିରେ ବୁଲୁଛି ବିଷଧର ସାପ । ଅନୁଗୁଳ ମହାନଦୀ ଗଣ୍ଡ ଟିକରପଡ଼ାରେ ପଶିଥିବା ବନ୍ୟା ପାଣିରେ ସାପ ବୁଲୁଥିବା ଦେଖିବାକୁ ମିଳିଛି । ୨ ଦିନର ଲଗାଣ ବର୍ଷାରେ ଚାରିଆଡ଼େ ପାଣି ମାଡ଼ିଯାଇଛି । ଆଉ ସେହି ପାଣିରେ ବିଭିନ୍ନ ପ୍ରଜାତିର ସାପ ବୁୁଲୁଛନ୍ତି । ବଢ଼ିପାଣିରେ ଅଜଗର ସାପ ଭାସି ଆସିଥିବା ଦେଖିବାକୁ ମିଳିଛି । ବିଷଧର ସାପକୁ ଦଖି ନଦୀକୁଳିଆ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।