କାମରେ ଆସୁନି ସ୍ମାର୍ଟ ଶଶ୍ମାନ । ଅସୁବିଧା ପାଇଁ ସ୍ମାର୍ଟ ଶଶ୍ମାନ ବ୍ୟବହାର କରିପାରୁନାହାନ୍ତି ସହରବାସୀ

87

କନକ ବ୍ୟୁରୋ: ସରକାରଙ୍କ କୋଟିଏ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିଲା ଖୋର୍ଦ୍ଧା ପୌର ପରିଷଦ ସ୍ମାର୍ଟ ଶ୍ମଶାନ । ହେଲେ ଏବେ ଏହା ଗୋଟିଏ ବି ଲୋକର କାମର ଆସୁନି । ଖୋର୍ଦ୍ଧା ଟିଏଲସି ରୋଡ଼ରେ ନିର୍ମାଣ ହୋଇଥିବା ଏହି ଶଶ୍ମାନ କେବେ ଲୋକଙ୍କ କାମରେ ଆସିବ ଓ ଖୋର୍ଦ୍ଧା ବାସିନ୍ଦା ଏହା ସୁବିଧା କେବେ ପାଇବେ ତାକୁ ନେଇ ଉଠିଛି ପ୍ରଶ୍ନ । ଖୋର୍ଦ୍ଧା ପୌର ପରିଷଦ ଟିଏଲସି ରାସ୍ତାରେ ଥିବା ସର୍ବ ପୁରାତନ ଶଶ୍ମାନ ସ୍ମାର୍ଟ ଶ୍ମଶାନ କରିବାକୁ ଜିଲ୍ଲା ପ୍ରଶାସନ ୪ ବର୍ଷ ତଳେ ଆରମ୍ଭ କରିଥିଲା ନିର୍ମାଣ କାମ । ପାଖାପାଖି ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଶଶ୍ମାନ । ଏହାରି ଭିତରେ ୪ ବର୍ଷ ବିତି ସାରିଲାଣି ହେଲେ ନିର୍ମାଣ ହୋଇଥିବା ଶଶ୍ମାନରେ ତାଲା ପଡ଼ି ରହିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଏହି ସ୍ମାର୍ଟ ଶ୍ମାଶାନରେ ଶବ ଦାହ ପାଇଁ ଅନେକ ସୁବିଧା ରହିଛି କିନ୍ତୁ ସହରବାସୀଙ୍କ କାମରେ ଆସୁନି । ପ୍ରତିଦିନ ଏଠାରେ ଶବଦାହ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇ ରାସ୍ତା କଡ଼ରେ କରୁଛନ୍ତି ଶବଦାହ । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ମାର୍ଟ ଶ୍ମଶାନ ନିର୍ମାଣରେ ଖର୍ଚ୍ଚ ହୋଇଛି ଏକ କୋଟି ଟଙ୍କା । ହେଲେ ଏପର୍ଯ୍ୟନ୍ତ ଶ୍ମଶାନ କାର୍ଯ୍ୟକାରୀ ହେଉନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।