ଅହମ୍ମଦାବାଦରେ ରଥଯାତ୍ରା ବେଳେ ଅଘଟଣ: ଭାଙ୍ଗିଗଲା ଘରର ବାଲକୋନି, ତଳକୁ ଖସି ପଡିଲେ ଲୋକ

434

କନକ ବ୍ୟୁରୋ: ଅହମ୍ମଦାବାଦରେ ଜଗନ୍ନାଥଙ୍କ ରଥଯାତ୍ରା ବେଳେ ଅଘଟଣ । ରଥଯାତ୍ରା ଯାଉଥିବା ବେଳେ ବାଲୋକନିରେ ଛିଡା ହୋଇ ଦେଖୁଥିଲେ ଲୋକ, ହେଲେ ବାଲକୋନି ହଠାତ ଭାଙ୍ଗିପଡିଲା । ଫଳରେ ଲୋକମାନେ ୨ ମହଲା ଉପରୁ ତଳକୁ ଖସି ପଡିଲେ । ଏଥିରେ ୮ଜଣ ଲୋକ ଆହତ ହୋଇଛନ୍ତି । ତଳେ ଛିଡା ହୋଇଥିବା ଲୋକ ବି ଏଥିରେ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାର ଭିଡିଓ ମଧ୍ୟ ସୋସିଆଲମିଡିଆରେ ଭାଇରାଲ ହେଉଛି ।