ଶ୍ରୀମନ୍ଦିରରେ ଆଜି ଗୁପ୍ତ ସେନାପଟା ଲାଗି ନୀତି । ଅପରାହ୍ଣ ୩ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

95

କନକ ବ୍ୟୁରୋ : ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଗତକାଲି ସନ୍ଧ୍ୟାଧୂପ ପରେ ବାହୁଟ କଣ୍ଟ ନୀତି ଶେଷ ହେବା ପରେ କୋଠ ସୁଆଁସିଆ ମାନଙ୍କ ରତ୍ନବେଦୀରେ ଚାରମାଳ ବନ୍ଧା ହୋଇଥିଲା । ଆଜି ସେନାପଟା ଲାଗି କରାଯିବ । ସେଥିପାଇଁ ଆଜି ଭୋର୍ ୫ଟାରୁ ଅପରାହ୍ଣ ୩ଟା ଯାଏଁ ସେନାପଟା ଲାଗି ନେଇ ଦର୍ଶନ ବନ୍ଦ ରହିବ । ସେପଟେ ଗତକାଲି ଚମ୍ପକ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କର ଗୁଆଲି ନୀତି ଅନୁଷ୍ଠିତ ହୋଇଛି । ମଦନମୋହନ ଓ ଶ୍ରୀବେଦୀ ଓ ଶ୍ରୀଦେବୀ ପାଲିଙ୍କିରେ ବସି ଶ୍ରୀନହରକୁ ବିଜେ କରିଥିଲେ ।

ଗଜପତି ମହାରାଜା ନିଜେ ବଡ଼ଦାଣ୍ଡକୁ ଆସି ମହାପ୍ରଭୁଙ୍କୁ ପାଛୋଟି ନେଇଥିଲେ । ତାପରେ ମହାରାଣୀ ଆଳତି ଓ ବନ୍ଦାପନା କରାଯାଇଥିଲା । ଆଉ ଏହି ଅବସରରେ ନବଦମ୍ପତିଙ୍କ ସହ ଆସିଥିବା ସେବାୟତଙ୍କ ସହ ଗଜପତି ମହାରାଜା ଆଲୋଚନା କରିଥିଲେ । ଗତବର୍ଷ କୋଭିଡ୍ କାରଣରୁ ଏହି ନୀତିରେ ଅନୁପସ୍ଥିତ ରହିଥିଲେ ଗଜପତି ମହାରାଜା । ହେଲେ ଚଳିତ ବର୍ଷ ଭକ୍ତମୟ ପରିବେଶରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ଏଭଳି ଦୃଶ୍ୟ ଦେଖି ବିଭୋର ହୋଇଥିଲେ ଶ୍ରଦ୍ଧାଳୁ ।