ସେଲଫି ହେଲା କାଳ : ଜଳପ୍ରପାତରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

374

କନକ ବ୍ୟୁରୋ : ସେଲଫି ହେଲା କାଳ । ସେଲଫି ନେବା ସମୟରେ ଜଳପ୍ରପାତରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତର ମଙ୍ଗରଦୋରା ଘୁମରେଶ୍ୱର ଶୈବପୀଠ ନିକଟରେ ଥିବା ଜଳପ୍ରପାତରେ ଘଟିଛି ଅଭାବନୀୟ ଘଟଣା । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୃଷ୍ଣଚୂଡ଼ା ଗ୍ରାମର ତିନି ଜଣକ ଯୁବକ ଗୁରୁବାର ଘୁମରେଶ୍ୱର ଶୈବପୀଠ ଦର୍ଶନ କରିବାକୁ ଆସିଥିଲେ ।

ଠାକୁରଙ୍କ ଦର୍ଶନ କରିବା ପରେ ସେମାନେ ଜଳପ୍ରପାତ ନିକଟକୁ ବୁଲିବାକୁ ଯାଇଥିଲେ । ୧୮ ବର୍ଷୀୟ ହରିବନ୍ଧୁ ଗୌଡ଼ ଜଳପ୍ରପାତ ଉପରୁ ସେଲଫି ନେବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ପାଣି ଭିତରେ ବୁଡ଼ି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଂଚି ବହୁ ଖୋଜାଖୋଜି କରିଥିଲେ ବି ତାଙ୍କର ପତା ମିଳିନଥିଲା । କିନ୍ତୁ ଶୁକ୍ରବାର ହରିବନ୍ଧୁଙ୍କର ମୃତହେଦ ଖୋଜି ବାହାର କରିଥିଲା ଅଗ୍ନିଶମ ବିଭାଗ । ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।