ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ ମାମଲା : ଗୁଜରାଟ ହାଇକୋର୍ଟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

121

କନକ ବ୍ୟୁରୋ : ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କୋଣସି କୋର୍ଟ ଉପର କୋର୍ଟ ବିରୋଧରେ ଆଦେଶ ଦେଇପାରିବେନି କହିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପିମକୋର୍ଟରେ ମାମଲାର ବିଚାର ଚାଲିଥିବା ବେଳେ ଏହି ମାମଲା ଶୁଣାଣି କରି ରାୟ ଦେଇଥିଲେ ଗୁଜରାଟ ହାଇକୋର୍ଟ । ହାଇକୋର୍ଟ ତାଙ୍କ ଆଦେଶରେ ଗର୍ଭପାତ କରିବା ପାଇଁ ମନା କରିଥିଲେ । ହେଲେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପୀଡ଼ିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି । ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହେବା ପାଇଁ ତାଲିକାଭୁକ୍ତ ହୋଇଥିବା ବେଳେ ହାଇକୋର୍ଟ ମାମଲାର ଶୁଣାଣି କରିଛନ୍ତି ।