ସଂସଦରେ ଉଠିବ କାଶୀପୁର ପ୍ରସଙ୍ଗ : ସାଂସଦ ସପ୍ତଗିରି ଉଲାକା କହିଲେ କାଶୀପୁରରେ ସମସ୍ତ ପଞ୍ଚାୟତରେ ହେଉ ପିଇବା ପାଣି ବ୍ୟବସ୍ଥା

81

କନକ ବ୍ୟୁରୋ : ସଂସଦରେ ଉଠିବ କାଶୀପୁର ପ୍ରସଙ୍ଗ । କୋରାପୁଟ ସାଂସଦ ସପ୍ତଗିରି ଉଲାକା ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି । ଡିଏମଏଫ ପାଣ୍ଠିରେ କୋଟି କୋଟି ଖର୍ଚ୍ଚ ହେଉଛି । ହେଲେ ରାୟଗଡାବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ହେଉନି ବୋଲି ସେ କହିଛନ୍ତି ।

କାଶୀପୁରରେ ସମସ୍ତ ପଞ୍ଚାୟତରେ ପିଇବା ପାଣିର ବ୍ୟବସ୍ଥା, ରାୟଗଡାରେ ନମୁନା ପରୀକ୍ଷା ପାଇଁ ଆରଏମଆରସି ଲାବରେଟରି ସ୍ଥାପନ କରିବା ଆବଶ୍ୟକ ବୋଲି ସାଂସଦ ଉଲାକା କହିଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ ଉଲାକା ।