ଦିନ ଦିପ୍ରହରରେ ନଦୀ ଶଯ୍ୟାରୁ ଚୋରି ହେଉଛି ବାଲି: ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଆତ୍ମସାତ୍ କରୁଛନ୍ତି ବାଲି ମାଫିଆ

84

କନକ ବ୍ୟୁରୋ: ଦିନ ଦିପ୍ରହରରେ ନଦୀ ଶଯ୍ୟାରୁ ଉଠୁଛି ଟନ୍ ଟନ୍ ବାଲି । ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଲୁଟ୍ କରୁଛନ୍ତି ବାଲି ମାଫିଆ । ମୟୁରଭଂଜ କପ୍ତିପଦା ତହସିଲ ଠାରୁ ମାତ୍ର ଦେଢି କିଲୋମିଟର ଦୂରରେ ଥିବା ବଜରପୁର ବାଲିଘାଟରେ ମାଫିଆଙ୍କ ରାଜ୍ । ନିର୍ଦ୍ଧାରିତ ଲିଜ୍ ଏରିଆକୁ ବାଦ୍ ଦେଇ ନଦୀରୁ ବାଲି ଉଠାଉଛନ୍ତି ମାଫିଆ । ନଦୀ ଭିତରେ ଜେସିବି ଲଗାଇ ମାଫିଆ ଲୁଟି ନେଉଛନ୍ତି ବାଲି । ବଡ଼ ବଡ଼ ଡ଼ମ୍ଫର ଓ ଟ୍ରାକ୍ଟରରେ ବେଧଡ଼କ୍ ଭାବେ ଚାଲିଛି ବାଲି ଉତୋଳନ । ସବୁଠାରୁ ବଡ଼ କଥା ହେଉଛି ନଦୀ ଗର୍ଭରୁ ବାଲି ଉଠାଇ ବପ୍ତିପଦା ତଦସିଲ ସାମ୍ନା ଦେଇ ବାଲି ଚାଲାଣ କରାଯାଉଛି । ହେଲେ ତା’ ଉପରେ ନାହିଁ କାହାର ନଜର ।

ନଦୀ ଭିତରେ ଜେସିବି କିମ୍ବା କୌଣସି ଯନ୍ତ୍ରାଂଶ ପୁରାଇ ବାଲି ଉଠାଣ ନେଇ କଟକଣା ରହିଥିବା ବେଳେ ଏହାକୁ ଫୁ କରି ସ୍ପଷ୍ଟ ଦିବାଲୋକରେ ବାଲି ଉଠାଉଛନ୍ତି ମାଫିଆ । ସେହିପରି କପ୍ତିପଦା ତହସିଲ ଅଧିନରେ ଥିବା ଆମ୍ବଡ଼ିହା ଘାଟରେ ବି ମାଫିଆଙ୍କ ରାଜୁତି ଦେଖିବାକୁ ମିଳିଛି । ବ୍ରିଜ୍ ଠାରୁ ମାତ୍ର ଦେଢ ଶହ ମିଟର ଦୂରରେ ଭରା ନଦୀରେ ଜେସିବି ପକାଇ ଚାଲିଛି ବାଲି ଲୁଟ୍ । ଏହି ବାଲି ଲୁଟ୍ ଫଳରେ ନଦୀଜଳର ଗତିପଥ ବଦଳିବା ସହ ନଦୀ କୂଳ ଖାଉଛି । ନଦୀ ଗର୍ଭରେ ସୃଷ୍ଟି ହେଉଛି ବଡ଼ ବଡ଼ ଗର୍ତ । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି ନଦୀକୂଳିଆ ବାସିନ୍ଦା । ଏହି ଦୁଇଟି ଘାଟରୁ ପ୍ରତ୍ୟେକ ଦିନ ବେଆଇନ ଭାବେ ୧୦୦ରୁ ୧୫୦ ଶହ ଟ୍ରିପ୍ ବାଲି ଲୁଟ୍ ହେଉଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର ।