ଭାଇରାଲ ହେଉଛି ସମାଜବାଦୀ ପାର୍ଟି ନେତାଙ୍କ ମଜାଦାର୍ ଇଂରାଜୀ ଭିଡିଓ । ଉପନିର୍ବାଚନରେ ହାରିବା ପରେ କହିଲେ ଏପରି କଥା ।

250

କନକ ବ୍ୟୁରୋ: ଆଜମଗଡରୁ ଅଖିଳେଶ ଯାଦବଙ୍କ ସମ୍ପର୍କୀୟ ଭାଇ ଧର୍ମେନ୍ଦ୍ର ଯାଦବଙ୍କ ଇଂଲିସ୍ କହିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କୁ ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବ ନିରହୁଆ ହରାଇବା ପରେ ପୋଲିସ ଉପରେ ନିଜର ବିରକ୍ତି ପ୍ରକାଶ କରିବାକୁ ଯାଇ ହିନ୍ଦି ମିଶା ଇଂରାଜି କହିବାର ଭିଡିଓ ଏବେ ଭାଇରାଲ ହେଉଛି । ଯାହାକୁ ବେଶ୍ ଉପଭୋଗ କରୁଛନ୍ତି ୟୁଜର୍ସ ।

ଉତ୍ତରପ୍ରଦେଶ ଆଜମଗଡ ଓ ରାମପୁର ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା । ଏହି ଦୁଇଟିଯାକ ଆସନରେ ବିଜେପି ପ୍ରାର୍ଥୀ ହିଁ ବିଜୟ ହାସଲ କରିଛନ୍ତି । କଥା ହେଉଛି ନିର୍ବାଚନ ପରେ ଭୋଟ ଗଣତି ପୂର୍ବରୁ ଭୋଟିଙ୍ଗ ମେସିନ ଟ୍ୟାମ୍ପରିଙ୍ଗ ଅଭିଯୋଗ କରି ଷ୍ଟ୍ରଙ୍ଗରୁମକୁ ଯିବାକୁ ଯାଉଥିଲେ ଧର୍ମେନ୍ଦ୍ର ଯାଦବ । ହେଲେ ତାଙ୍କୁ ରୋକିଥିଲେ ପୋଲିସ ଅଧିକାରୀ । ଏତିକିରେ ପେଲିସ ବାବୁଙ୍କ ଉପରେ ରାଗିଯାଇ ଧର୍ମେନ୍ଦ୍ର କହିଲେ. ‘ହାଓ କ୍ୟାନ୍ ୟୁ ରୋକ୍?’ । ଶୁଣନ୍ତୁ କ’ଣ କହିଛନ୍ତି ଧର୍ମେନ୍ଦ୍ର:

ସୂଚନା ମୁତାବକ, ଆଜମଗଡରେ ଦିନେଶ ଲାଲ ଯାଦବ ନିରହୁଆ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ ଭାଇ ଧର୍ମେନ୍ଦ୍ର ଯାଦବଙ୍କୁ ହରାଇଛନ୍ତି । ନିରହୁଆଙ୍କୁ ମୋଟ ୩,୧୨,୭୬୮ ଟି ଭୋଟ ମିଳିଥିବାବେଳେ ଧର୍ମେନ୍ଦ୍ରଙ୍କୁ ମିଳିଛି ମାତ୍ର ୩,୦,୪୦୮୯ଟି ଭୋଟ । ତେବେ ଭୋଟିଂ ମେସିନ ଟ୍ୟାମ୍ପରିଙ୍ଗ ହୋଇଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ଯାଦବ ।