ଦୁର୍ବିପାକରେ ଲୋକଙ୍କ ପାଇଁ ଦେବଦୂତ ସାଜିଲେ ଆଇଏଏସ୍ କିର୍ତ୍ତୀ ଜଲ୍ଲି । ବାହାବା କରୁଛି ସାରା ଦେଶ

182

କନକ ବ୍ୟୁରୋ: ଆଜିକା ଦିନରେ ଏପରି କର୍ତ୍ତବ୍ୟପରାୟଣ ଅଫିସର ଖୁବ୍ କମ୍ । ସେମାନଙ୍କ ଜୀବନ କେବଳ ଆଉ କେବଳ ମାଟିର ମଣିଷଙ୍କ ପାଇଁ ଯାହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଛନ୍ତି ଆସାମ କାଚର ଜିଲ୍ଲାର ଡେପୁଟି କମିଶନର କିର୍ତ୍ତୀ ଜଲ୍ଲି ।

ଆଇଏଏସ୍ କିର୍ତ୍ତୀ ଜଲ୍ଲି । ଦେଖୁଦେଖୁ ତାଙ୍କ ନିଷ୍ଠା ଓ ସେବା ସ୍ପଷ୍ଟ ବାରି ହୋଇପଡୁଛି । ନାଁ ଅଛି ବଡ ଚାକିରୀର ବଡପଣ । ନା ଅଫିସରିଆ ଠାଣି । ସାଧାସିଧା ଦେଖାଯାଉଥିବା କିର୍ତ୍ତୀଙ୍କୁ ଦେଖିଲେ ସେ ଜଣେ ଆଇଏଏସ୍ ଅଧିକାରୀ ବୋଲି ଜାଣିବା ମୁସ୍କିଲ । ହେଲେ ତାଙ୍କର କାର୍ଯ୍ୟଶୈଳୀ ଆଜି ତାଙ୍କ ଉପରେ ଅଜାଡି ଦେଉଛି ଅଜସ୍ର ପ୍ରଶଂସା ଓ ଆଶୀର୍ବାଦ ।

ଆସାମରେ ଭୟଙ୍କର ବନ୍ୟା ଓ ତା’ ସହ ଭୁସ୍ଖଳନ ଯୋଗୁଁ ଏଠିକାର ଲୋକଙ୍କର ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ନଈରେ ଏବେବି ଭରା ପାଣି । ଯୁଆଡେ ଦେଖିଲେ ସିଆଡେ ଖାଲି କାଦୁଅ ପଙ୍କ । ଏହି ବନ୍ୟାରେ ପ୍ରାୟ ୭.୧୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଛାରଖାର ହୋଇଯାଇଛି । ଜମିର ଫସଲ ଉଜୁଡିଯାଇଛି । ୧୪ଟି ଜିଲ୍ଲାରେ ଶହଶହ ରିଲିଫ୍ କ୍ୟାମ୍ପ ଓ ବିତରଣ କେନ୍ଦ୍ର ଚାଲିଛି । ଏହି ରିଲିଫ୍ କେନ୍ଦ୍ର ମାନଙ୍କରେ ୧୨ ହଜାରରୁ ଅଧିକ ପିଲା ଏବଂ ୮୦ ହଜାରରୁ ଅଧିକ ଲୋକ ଏଠାରେ ଆଶ୍ରୟ ନେଇଛନ୍ତି । ଏହି ସମୟରେ କିର୍ତ୍ତୀ କିନ୍ତୁ ଅଦମ୍ୟ ସାହାସ ଦେଖାଇଛନ୍ତି । ଚକାଚକ୍ ଏସି ରୁମ୍ ଭିତରେ ବସି ନୁହେଁ ବରଂ ନିଜେ ଚାଲିଚାଲି ଯାଇ ଲୋକଙ୍କ ଦୁଃଖ ବୁଝିଛନ୍ତି । ବିଭିନ୍ନ ଗାଁର କାଦୁଅ ପଚପଚ ରାସ୍ତାରେ ପଶି ଯାଇ ଲୋକଙ୍କୁ ଭେଟି ତାଙ୍କୁ ଖାଦ୍ୟ ବାଣ୍ଟିବାର ଫଟୋ ଓ ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ଅତି ସାଧାରଣ ଶାଢୀ ପିନ୍ଧି ଭରା ନଈରେ ଡଙ୍ଗାରେ ବସି ଗାଁକୁ ଯାଇଥିଲେ । ବନ୍ୟାରେ ଅନେକ କିଛି ହରାଇଥିବା ଲୋକେ କିର୍ତ୍ତୀ ଜଲ୍ଲି ଙ୍କୁ ଭେଟିବା ପରେ ନିଜର ଦୁଃଖକୁ ଭୁଲିଯାଇଥିବା କହିଛନ୍ତି ।

କର୍ତ୍ତି ଜଲ୍ଲିଙ୍କ ଏହି ପଟୋକୁ ଦେଖି ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ୟୁଜର୍ସ । କେବଳ ଆସାମ ବନ୍ୟା ସମୟରେ ନୁହେଁ ସବୁବେଳେ ଲୋକଙ୍କ ପାଖକୁ ଯାଇ ସେମାନଙ୍କର ସମସ୍ୟା ବୁଝିବାରେ କିର୍ତ୍ତୀ ସବୁବେଳେ ଆଗୁଆ । ୨୦୧୩ ବ୍ୟାଚର ଏହି ମହିଳା ଆଇଏଏସଙ୍କ ଜନସେବା ସବୁବେଳେ ଚର୍ଚ୍ଚାରେ ରହିଆସିଛି । କରୋନା ସମୟରେ ବିବାହ କରିଥିଲେ କିର୍ତ୍ତୀ । ହେଲେ ନିଜ କର୍ତ୍ତବ୍ୟ ପାଇଁ ବିବାହର ପରଦିନ ହିଁ କାର୍ଯ୍ୟରେ ଯୋଗଦେଇଥିଲେ । ମହାମାରୀ ସମୟରେ ମଧ୍ୟ ତାଙ୍କର ନିଷ୍ଠାପର କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ନିକଟରେ ଷ୍ଟାଡିୟମରେ କୁକୁର ବୁଲାଇବାକୁ କେନ୍ଦ୍ର କରି ଦୁଇ ଆଇଏଏସ୍ ଦମ୍ପତ୍ତି ବିବାଦୀୟ ହୋଇପଡିଥିବାବେଳେ କତ୍ତିୀ ଜଲ୍ଲିଙ୍କ କର୍ତ୍ତୀ କିନ୍ତୁ ସାରା ସମାଜକୁ ମାନବିକତାର ବାର୍ତ୍ତା ଦେଉଛି ।