ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଭାରତୀୟ ମୁଦ୍ରା, ଜାଣନ୍ତୁ ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ କେତେ ?

532

କନକ ବ୍ୟୁରୋ : ବିଦେଶୀ ବଜାରରେ ଆମେରିକୀୟ ମୁଦ୍ରା ଡଲାର ଦିନକୁ ଦିନ ମଜବୁତ ହେଉଥିବା ବେଳେ ଭାରତୀୟ ମୁଦ୍ରା ଟଙ୍କାର ମୁଲ୍ୟ ହ୍ରାସ ପାଇବାରେ ଲାଗିଛି । ସୋମବାର ଦିନ ପ୍ରାରମ୍ଭିକ କାରବାରରେ ଭାରତୀୟ ମୁଦ୍ରା ଆମେରିକୀୟ ଡଲାର ତୁଳନାରେ ୫୦ ପଇସା କମି ସର୍ବକାଳୀନ ନିମ୍ନସ୍ତରରେ ପହଂଚିଛି । ଏବେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୭୭.୪୨ ଟଙ୍କା ହୋଇଛି ।

ଆନ୍ତବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଟଙ୍କା ଆମେରିକୀୟ ଡଲାର ତୁଳନାରେ ୭୭.୧୭ ଟଙ୍କାର ଆଜି ପ୍ରାରମ୍ଭିକ ବ୍ୟବସାୟ ଆରମ୍ଭ ହୋଇଥିଲା । ଏହାପରେ ଡଲାର ତୁଳନାରେ ଟଙ୍କାର ୭୭.୪୨ ଟଙ୍କାକୁ ଖସି ଆସିଛି    । ଯାହାକି ପୂର୍ବଦିନ ବନ୍ଦ ବେଳର ମୂଲ୍ୟ ତୁଳାନରେ ୫୨ ପଇସା କମିଚି । ଶୁକ୍ରବାର ଦିନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୬.୯୦ ଟଙ୍କାରେ ବନ୍ଦ ହୋଇଥିଲା ।

ବୈଦେଶିକ ମୁଦ୍ରା ବ୍ୟବସାୟୀଙ୍କ କହିବା ମୁତାବକ ମୁଦ୍ରାସ୍ପିତିକୁ ନେଇ ଏବେ ଚିନ୍ତା ବଢିଛି । ଏହି କାରଣରୁ ନିବେଶକମାନେ ରିସ୍କ ନେବାକୁ ଚାହୁଁ ନାହାଁନ୍ତି । ଏହି କାରଣରୁ ୬ ଟି ଦେଶର ମୁଦ୍ରା ତୁଳନାରେ ଆମେରିକୀୟ ମୁଦ୍ରା ଡଲାର ସୂଚକାଙ୍କ ୦.୩୫ ପ୍ରତିଶତ ବୃଦ୍ଧି ପାଇ ୧୦୪.୦୨ ରେ ପହଂଚିଛି ।

ବିଶ୍ୱ ତୈଳ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ୍ ଫ୍ୟୁଚର୍ସ ବ୍ୟାରେଲ ପିଛା ୦.୧୪ ପ୍ରତିଶତ ବୃଦ୍ଧି ପାଇ ୧୧୨.୫୫ ଡଲାରରେ ପହଞ୍ଚିଛି। ଷ୍ଟକ୍ ଏକ୍ସଚେଞ୍ଜର ଅସ୍ଥାୟୀ ତଥ୍ୟ ଅନୁଯାୟୀ ବିଦେଶୀ ଅନୁଷ୍ଠାନିକ ନିବେଶକ (ଏଫଆଇଆଇ) ନିଟ୍ ଶୁକ୍ରବାର ଦିନ ୫,୫୧୭.୦୮ କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଛି।