ବାଜ୍ୟାପ୍ତ ହେବ ନିଶା ମାଫିଆ ଅନୀଲ ପାଣ୍ଡିର ୨କୋଟିର ସମ୍ପତ୍ତି : କୋଲକାତା ଅବକାରୀ ବିଭାଗର କମ୍ପିଟେଣ୍ଟ ଅର୍ଥରେଟିଙ୍କୁ ଚିଠି ଲେଖିଲା ଏସଟିଏଫ

133

କନକ ବ୍ୟୁରୋ : କୁଖ୍ୟାତ ନିଶା ବ୍ୟବସାୟୀ ଅନୀଲ କୁମାର ପାଣ୍ଡିର ୨କୋଟିି ସମ୍ପତ୍ତି ଜବତ କଲା କ୍ରାଇମବ୍ରାଂଚ ଏସଟିଫ୍ । ୨ କୋଟିର ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ ଏନଡ଼ିପିଏସ କୋଲକାତା କମ୍ପିଟେଣ୍ଟ ଅଧିକାରୀଙ୍କୁ ବାଜ୍ୟାପ୍ତ କରିବା ପାଇଁ ଲେଖିଲେ ଏସଟିଏଫ । ୨ କୋଟିର ସମ୍ପତ୍ତି ଭିତରେ ରହିଛି ୩ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର , ୩୩ଟି ପ୍ଲଟ ଓ ବ୍ୟାଙ୍କ ଡ଼ିପୋଜିଟ୍ । ୨୦୨୧ ମସିହା ଅଗଷ୍ଟ ୧୩ ତାରିଖରେ ୧୦ କୁଇଂଟାଲ ଗଂଜେଇ ସହ ଏକ ଟ୍ରକ ଜବତ ହୋଇଥିଲା ।

ଏହା ଛଡ଼ା ଗୁଜୁରାଟ ଓ ମହାରାଷ୍ଟ୍ରରେ ସମ୍ପତ୍ତି ଥିବାର ସୂଚନା ମଧ୍ୟ ମିଳିଛି । ପୂର୍ବରୁ ତାର ଭାଇ ସୁନୀଲ ପାଣ୍ଡି ଗୁଜୁରାଟ ପୋଲିସ ଦ୍ୱାରା ଗିରଫ ହୋଇଥିଲା । ଦୁର୍ଦ୍ଦାନ୍ତ ନିଶା ମାଫିଆ ଅନୀଲ ପାଣ୍ଡିଙ୍କ ଅପରାଧୀକ କାର୍ଯ୍ୟକଳାପ ଓଡ଼ିଶାରୁ ଗୁଜୁରାଟ ପର୍ଯ୍ୟନ୍ତ ଲମ୍ବିଛି । ଅନୀଲ ପାଣ୍ଡି ଏବେ ବି ଫେରାର ଅଛି । ୨୦୨୧ ମସିହା ଡ଼ିସେମ୍ବରରେ ଏସଟିଏଫ ପକ୍ଷରୁ ଅନୀଲ ପାଣ୍ଡି ସମ୍ପର୍କରେ ସୂଚନା ଦେବା ପାଇଁ ପୁରସ୍କାର ଘୋଷଣା କରାଯାଇଥିଲା ।