ରାଉରକେଲାରେ ଲୋମଟାଙ୍କୁରା ଘଟଣା : ମା’ର ମୃତଦେହ ସହ ୫ ଦିନ ରହିଥିଲା ଦିବ୍ୟାଙ୍ଗ ଝିଅ

ଝିଅ କିଛି କହିପାରୁନଥିବାରୁ କେମିତି ହେଲା ମୃତ୍ୟୁ, ଚିନ୍ତାରେ ପୋଲିସ

648

କନକ ବ୍ୟୁରୋ : ରାଉରକେଲା ଉଦିତନଗର ଥାନା ବାସନ୍ତୀ କଲୋନୀରୁ ଆସିଛି ଲୋମଟାଙ୍କୁରା ଖବର । ମା’ର ମୃତଦେହ ସହ ୫ ଦିନ ଘରେ ରହିଥିଲେ ଦିବ୍ୟାଙ୍ଗ ଝିଅ । ଗତବର୍ଷ କରୋନାରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ଝିଅ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ତେଣୁ ମା’ ବାହାରକୁ ଗଲେ ଝିଅ କାଳେ କୁଆଡେ ପଳାଇଯିବ ସେଥିପାଇଁ ବାହାର ପଟୁ ତାଳା ପକାଇ ଯାଉଥିଲେ । ହେଲେ ୫ ଦିନ ହେଲା ଘର ବନ୍ଦ ରହିଥିଲା । ହେଲେ ବାହାରୁ ତାଲା ପଡ଼ିନଥିଲା ।

ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘର ଭିତରୁ ମା’ର ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ଏକ ଖଟରେ ଝିଅଟି ଏକାକୀ ଶୋଇଥିବା ଦେଖିଥିଲେ । ଝିଅକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ମାଆର ମୃତ୍ୟୁ ବିଷୟରେ କିଛି କହିପାରୁନଥିବାରୁ କେମିତି ମୃତ୍ୟୁ ହେଲା ସେନେଇ ଚିନ୍ତାରେ ପଡିଛି ପୋଲିସ ।