ଦୁଇ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଲା କାର୍ : ଘଟଣାସ୍ଥଳରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

115

କନକ ବ୍ୟୁରୋ : ସଡ଼କ ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀ ଗୁରୁତର ହେବା ପରେ ଜାତୀୟ ରାଜପଥ ଅବରୋଧ । ବୌଦ୍ଧର ଦୁଇ ପୋଲିସ କର୍ମଚାରୀ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥରେ ଏକ କାର ଧକ୍କା ଦେଇଥିଲା । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । ହରଭଙ୍ଗା ତହସିଲଦାର ପହଞ୍ଚି ୧୫ ଦିନ ମଧ୍ୟରେ ଅଡେଣିଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଏକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା ।