ବାଲେଶ୍ୱରରେ ପଥର ମାଫିଆଙ୍କ ଗୁଣ୍ଡାଗର୍ଦ୍ଦି : ତଦନ୍ତ ପାଇଁ ଯାଇଥିବା ଆରଆଇକୁ ଗୋଡାଇ ଗୋଡାଇ ପିଟିଲେ ଦୁର୍ବୃତ୍ତ

151

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପଥର ମାଫିଆଙ୍କ ଗୁଣ୍ଡାଗର୍ଦି । ଜଣେ ରାଜସ୍ୱ ନୀରିକ୍ଷକଙ୍କ ସାର୍ଟ ଖୋଲି ପଥର ମାଫିଆ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନୀଳଗିରି ତହସିଲ ଅଧିନ ବାଘମରା ଅଞ୍ଚଳରେ ବ୍ଲାଷ୍ଟିଙ୍ଗ କରି ଚୋରାରରେ ପଥର ଚାଲାଣ ହେଉଥିଲା । ଏନେଇ ନୀଳଗିରି ତହସିଲଦାରଙ୍କ ପାଖକୁ ଖବର ଆସିବା ପରେ ସଜନାଗଡ ଆରଆଇ ସନ୍ତୋଷ କୁମାରଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ ।

ରାଜସ୍ୱ ନୀରିକ୍ଷକ ପଥର ଖାଦାନ ପରିଦର୍ଶନ କରି ଫେରିବା ବେଳେ ପଥର ମାଫିଆ ତାଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରାଜସ୍ୱ ନୀରିକ୍ଷକଙ୍କ ସାର୍ଟ ଖୋଲି ନିର୍ଦ୍ଧୁମ୍ ମାଡ ମାରିବା ସହ ମୋବାଇଲ ଛଡାଇ ଭାଙ୍ଗିଦେଇଥିଲେ । ଜୀବନ ବିକଳରେ ଆରଆଇ ଘଟଣାସ୍ଥଳରୁ ଦୌଡି ପଳାଇ ଆସିଥିଲେ । ତାଙ୍କ କାନ୍ଧ ଓ ହାତରେ ଆଘାତ ଲାଗି ଥିବା ସୂଚନା ମିଳିଛି । ସେପଟେ ନୀଳଗିରି ତହସିଲଦାର ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଲାଇଛନ୍ତି ।