ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କଲେଜର ଯୁକ୍ତ ୩ ଶେଷ ସେମିଷ୍ଟାର ପରୀକ୍ଷାଫଳ ପ୍ରକାଶିତ । ଦେଖନ୍ତୁ, କେଉଁ ବିଭାଗରେ ପାସ୍ ହାର କେତେ?

357

କନକ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ତିନି ଶେଷ ସେମିଷ୍ଟାର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ । ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଭୟ ନିୟମିତ ଏବଂ ବ୍ୟାକ୍ ପରୀକ୍ଷାର୍ଥୀଙ୍କ ଫଳ ସୋମବାର ପ୍ରକାଶ ପାଇଛି । ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ କଳା ଅନର୍ସରେ ୨୫ ହଜାର ୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ, ସେମାନଙ୍କ ଭିତରୁ ୧୯ ହଜାର ୫୦୪ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଚଳିତ ବର୍ଷ କଳା ଅନର୍ସରେ ପାସ୍ ହାର ରହିଛି ୯୦.୫୯ ପ୍ରତିଶତ । ସେହିପରି ବିଜ୍ଞାନ ଅନର୍ସରେ ୧୩ ହଜାର ୬୦୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲାବେଳେ, ସେମାନଙ୍କ ଭିତରୁ ୧୧ ହଜାର ୬୦୫ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବିଜ୍ଞାନ ଅନର୍ସରେ ପାସ୍ ହାର ରହିଛି ୯୫.୩୦ ପ୍ରତିଶତ ।

ଅନ୍ୟପଟେ ବାଣିଜ୍ୟ ଅନର୍ସରେ ୪୧୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ, ୩୧୬୬ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ପାସ୍ ହାର ରହିଛି ୮୯.୨୮ ପ୍ରତିଶତ । ତେବେ ଅନର୍ସ ଏବଂ ଜେନେରାଲ ବିଭାଗକୁ ମିଶାଇ କଳାରେ ୯୦.୬୨ ପ୍ରତିଶତ, ବିଜ୍ଞାନରେ ୯୫.୨୬ ପ୍ରତିଶତ ଏବଂ ବାଣିଜ୍ୟରେ ୮୯.୨୯ ପ୍ରତିଶତ ପିଲା ପାସ୍ କରିଛନ୍ତି ।