ଅଘୋଷିତ ବିଜୁଳିକାଟ ନେଇ ଜନଅସନ୍ତୋଷ : ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରି କୁଶପୁତଳିକା ଦାହ କଲେ ବିଜେପି କର୍ମୀ

133

କନକ ବ୍ୟୁରୋ : ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ତା ସାଙ୍ଗକୁ ଅଘୋଷିତ ବିଜୁଳିକାଟ ନେଇ ତେଜୁଛି ଜନଅସନ୍ତୋଷ । ସାରା ରାଜ୍ୟରେ ଦେଖିବାକୁ ମିଳୁଛି ବିଦ୍ୟୁତକାଟର ପ୍ରତିବାଦ । ଟାଙ୍ଗୀ ଏବଂ ଚାନ୍ଦପୁରରେ ମଧ୍ୟ ବାରମ୍ବାର ବିଦ୍ୟୁତକାଟକୁ ନେଇ ଜନଅସନ୍ତୋଷ ଦେଖାଦେଇଛି ।

ଅଘୋଷିତ ବିଦ୍ୟୁତକାଟ ନେଇ ନୟାଗଡ ରଣପୁର ବିଜେପି ପକ୍ଷରୁ ପ୍ରତିବାଦ ରାଲି କରାଯାଇଛି । ଚାନ୍ଦପୁର ଡୋମଣୀ ସାହିରୁ ରାଲି ବାହାରି ଚାନ୍ଦପୁର ଥାନା ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ବିଜେପି କର୍ମୀମାନେ ଶକ୍ତିମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେବା ସହ ଇସ୍ତଫା ଦାବି କରି କୁଶପୁତଳିକା ଦାହ କରିଛନ୍ତି ।