ଆମେରିକାରେ ରଥଯାତ୍ରା । ରଥ ଟାଣିଲେ ହଜାର ହଜାର ଭାରତୀୟ

186

କନକ ବ୍ୟୁରୋ: ଆମେରିକାର ଆଇୱା ହିନ୍ଦୁ ମନ୍ଦିରରେ ପ୍ରଥମ ଥର ପାଇଁ ପାଳିତ ହେଉଛି ରଥଯାତ୍ରା । ୧୫ ବର୍ଷ ପୂର୍ବରୁ ତିଆରୀ ହୋଇଥିବା ଏହି ମନ୍ଦିର ସେଠାରେ ବାସ କରୁଥିବା ଓଡ଼ିଆଙ୍କ ପାଇଁ ଏକ ପ୍ରମୁଖ ଉପାସନା କେନ୍ଦ୍ର । ପ୍ରାୟ ୧୫ ହଜାର ପ୍ରବାସୀ ଓଡ଼ିଆ ଏହି ମନ୍ଦିରକୁ ପୂଜା କରିବା ପାଇଁ ଯାଇଥାନ୍ତି । ପ୍ରଥମ ଥର ପାଇଁ ଭକ୍ତଙ୍କ ଉଦ୍ୟମରେ ସେଠାରେ ରଥଯାତ୍ରା ପାଳିତ ହୋଇଛି । ପ୍ରାୟ ହଜାରେ ଭକ୍ତଙ୍କ ସମାବେଶରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରଥଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ନୀତି ନିୟମ ଅନୁଯାୟୀ କରାଯାଇଥିଲା । ଆମେରିକାରେ ରହୁଥିବା ଓଡ଼ିଶାର ବିଶିଷ୍ଠ ଗବେଷକ ତଥା ବୈଜ୍ଞାନିକ ଡକ୍ଟର ସୀତକଣ୍ଠ ଦାସ ଏହି ରଥଯାତ୍ରାରେ ମୁଖ୍ୟ ଅତିଥି ରୁପେ ନିମନ୍ତ୍ରିତ ହୋଇଥିଲେ । ପୁରୀ ରଥ ଟଣା ଢ଼ାଞ୍ଚାରେ ଏଠାରେ ବି ଛେରା ପହଁରା ଅନୁଷ୍ଠିତ ହୋଇଥିଲା । ନିଜେ ଡକ୍ଟର ସୀତକଣ୍ଠ ଦାସ ଜଗନ୍ନାଥଙ୍କ ରଥ ସାମ୍ନାରେ ଛେରା ପହଁରା କରିଥିଲେ । ଆମେରିକାରେ ବିଭିନ୍ନ ଜନହିତକର କାର୍ଯ୍ୟରେ ସାମିଲ ଅଛନ୍ତି ଡକ୍ଟର ସୀତକଣ୍ଠ ।