ରାଜ୍ୟ ବାହାରେ ଆଡମ୍ବର ସହ ପାଳନ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ର । ଗୁଜରାଟ, ଦିଲ୍ଲୀ, ଝାଡଖଣ୍ଡ, ଛତିଶଗଡ, କୋଲକାତାରେ ଗଡିଲା ଚତୁର୍ଦ୍ଧାମୂର୍ତିଙ୍କୁ ନେଇ ରଥ

118

କନକ ବ୍ୟୁରୋ : କାଳିଆ ପ୍ରେମରେ ବିଭୋର ଭକ୍ତ । ଓଡ଼ିଶା ବାହାରେ ମଧ୍ୟ ପାଳିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଖୁବ ଧୁମଧାମରେ ରଥଯାତ୍ରା ପାଳନ କରୁଛନ୍ତି ଭକ୍ତ । କାଳିଆ ପ୍ରେମରେ ପାଗଳ ହୋଇ ନିଜକୁ ସମର୍ପି ଦେଇଛନ୍ତି ଭକ୍ତ । ଅହମଦାବାଦ ଠାରେ ମଧ୍ୟ ଖୁବ ଧୁମଧାମରେ ପାଳିତ ହୋଇଛି ରଥଯାତ୍ରା । ଅହମଦାବାଦ ଠାରେ କଡ଼ା ସୁରକ୍ଷାରେ ପାଳନ କରଯାଇଛି । ଭକ୍ତଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ସକାଳୁ ପହଣ୍ଡି ବିଜେ ଠାରୁ ଝେରା ପହଁରା ଆଦି ପ୍ରତ୍ୟେକ ବିଧି କରିଥିଲେ । ରଥରେ ବିଜେ ହୋଇ ଭକ୍ତଙ୍କୁ ଭାବବିହ୍ୱଳ କରି ପକାଇଛନ୍ତି ଚତୁର୍ଦ୍ଧାମୂର୍ତି । ସବୁଠୁ ବଡ କଥା ହେଉଛି ଏଠାରେ ହିନ୍ଦୁ ଓ ମୁସଲିମ ଏକାଠି ମିଶି କାଳିଆର ପୂଜାର୍ଚ୍ଚନା, ସେବାରେ ନିଜକୁ ସମ୍ପୂର୍ଣ୍ଣଭାବେ ସମର୍ପି ଦେଇଛନ୍ତି ।

ସେହିପରି କୋଲକାତାରେ ବେଶ ଭକ୍ତିପୂର୍ଣ୍ଣ ମାହୋଲ ଭିତରେ ରଥଯାତ୍ରା ପାଳନ କରାଯାଉଛି । ଇସ୍କନ, ମାୟାପୁର ଓ ସେରମପୁରର ଆଦି ସ୍ଥାନରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତ ଏକାଠି ହୋଇ ରଥଯାତ୍ରା ପାଳନ କରିଛନ୍ତି । ମହାପ୍ରଭୁଙ୍କ ସମ୍ମୁଖରେ ଓଡିଶୀ ନୃତ୍ୟୁ ପରିବେଷଣ କରି ଭକ୍ତ ଅଜାଡି ଦେଇଛନ୍ତି ଅସୀମିତ ଭକ୍ତି । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଇସ୍କନରେ ପହଁଚି ପୂଜାଅର୍ଚ୍ଚନାରେ ସାମିଲ ହୋଇଛନ୍ତି ।

ସେହିପରି ଦିଲ୍ଲୀରେ ମଧ୍ୟ ବେଶ ଆଡମ୍ବରର ସହ ଚାଲିଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଭକ୍ତଙ୍କ ଗହଣରେ ପହଁଚି କାଳିଆ ଠାକୁର ଯେତିକି ଖୁସି ସେତିକି ଭାବ ବିହ୍ୱଳ ହୋଇପଡିଛନ୍ତି ଭକ୍ତ । ରାଜସ୍ଥାନର ଉଦୟପୁର ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରସିଦ୍ଧ ରଥଯାତ୍ରାକୁ ଭକ୍ତମାନେ ରୀତିନୀତି ଅନୁସାରେ ଧୁମଧାମରେ ପାଳିଛନ୍ତି । କାଳିଆର ଲୀଳାରେ ସବୁମୋହ ମାୟା, ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଚତୁର୍ଦ୍ଧାମୂର୍ତିକୁ ଦର୍ଶନ କରିଛନ୍ତି ।

କାଳିଆ ଡ଼ୋରିରେ ସମସ୍ତେ ବନ୍ଧା । କେବଳ ରାଜ୍ୟରେ ନୁହେଁ ରାଜ୍ୟ ବାହାରେ ମଧ୍ୟ କାଳିଆ ଭାବରେ ଭାବବିହ୍ୱଳ ଭକ୍ତବୃନ୍ଦ କାଳିଆକୁ ରଥରେ ଦେଖି ନିଜକୁ ଧନ୍ୟ ମନେ କରିଛନ୍ତି ଭକ୍ତ ।