ରାକେଶ ଟିକାୟତଙ୍କୁ ବଡ ଝଟକା, ଅଭିଯୋଗ ପରେ ସଂଗଠନ କଲା ବହିସ୍କାର

94

କନକ ବ୍ୟୁରୋ : ଦିନେ ଆନ୍ଦୋଳନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଥିବା ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତଙ୍କୁ ବଡ ଝଟକା ଲାଗିଛି । କିଛି ଅଭିଯୋଗ ପରେ ଭାରତୀୟ କିଷାନ ୟୁନିୟନ ତରଫରୁ ତାଙ୍କୁ ସଂଗଠନରୁ ବହିସ୍କାର କରାଯାଇଛି । କେବଳ ସେତିକି ନୁହେଁ ତାଜା ସୂଚନା ମୁତାବକ ରାକେଶ ଟିକାୟତଙ୍କ ଭାଇ ନରେଶ ଟିକାୟତଙ୍କୁ ବି ସଂଗଠନର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି ।

କୁହାଯାଉଛି କି, ଟିକାୟତଙ୍କ ପରିବାର ବିରୋଧରେ ସଂଗଠନର କିଛି ନେତୃତ୍ୱ ବାରମ୍ବାର ଅଭିଯୋଗ କରିବା ପରେ ସଂଗଠନ ତରଫରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂଗଠନର କିଛି ସଦସ୍ୟ ଟିକାୟତଙ୍କ ରାଜନୈତିକ ଗତିବିଧିକୁ ନେଇ ଅସନ୍ତୁଷ୍ଟ ଥିଲେ । କିଛି କୃଷକନେତାଙ୍କ କହିବା କଥା କି, ଟିକାୟତ ତାଙ୍କ ରାଜନୈତିକ ବିବୃତ୍ତି ମାଧ୍ୟମରେ ଏକ ଅରାଜନୈତିକ ସଂଗଠନକୁ ରାଜନୈତିକ ରୂପ ଦେବାକୁ ଚେଷ୍ଟା କରିଛନ୍ତି ।

କହିରଖୁ କି, ବିକେୟୁର ସଂସ୍ଥାପକ ଦିବଙ୍ଗତ ଚୌଧୁରୀ ମହେନ୍ଦ୍ର ସିଂ ଟିକାୟତଙ୍କ ପୂର୍ଣ୍ଣତିଥି ଅବସରରେ ଆଜି ଲକ୍ଷ୍ନୌ ଠାରେ ଆଖୁଚାଷୀ ସଂଗଠନର କାର୍ଯ୍ୟାଳୟରେ ବଡ ବଡ ନେତାମାନଙ୍କର ଏକ ବୈଠକ ବସିଥିଲା । ଏହି ବୈଠକରେ ରାକେଶ ଟିକାୟତଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ତାଙ୍କ ସ୍ଥାନରେ ରାଜେଶ ଚୌହାନ ଭାରତୀୟ କିଷାନ ୟୁନିୟନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ।