ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କରିଦେଲା ବେହାଲ: ସମ୍ବଲପୁର କୁଚିଣ୍ଡାରେ ପୋଲ ଧୋଇନେଲା ବର୍ଷା ପାଣି

176

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଧୋଇଗଲା ପୋଲ । ପୋଲ ଭାସିଯିବା ସହ କୁଚିଣ୍ଡା ଫାଶୀମାଲ ରାସ୍ତାରେ ଚାଲୁଛି ବର୍ଷା ପାଣି । ଫଳରେ ପାଖାପାଖି ୧୦ରୁ ୧୨ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ସ୍ଥାନରେ କିଛି ଦିନ ତଳେ ଏକ ବ୍ରିଜ୍ ନିର୍ମାଣ କରାଯାଉଥିଲା । କାମ ଚାଲୁଥିବା ବେଳେ ନିର୍ମାଣକାରୀ ସଂସ୍ଥା ବ୍ରିଜ୍ ସାଇଟ୍ରେ ଏକ କଲଭର୍ଟ ନିର୍ମାଣ କରିଥିଲା । ହେଲେ ନିମ୍ନମାନର କାମ ହୋଇଥିବାରୁ ଆଜି ମୌସୁମୀ ବର୍ଷାରେ ଏପରି ସମସ୍ୟା ସୃଷ୍ଟି ହୋଇଛି ।