ରାଜଧାନୀ ହୋଟେଲ ଉପରେ କମିଶନରେଟ ପୁଲିସର କଡା ନଜର । ଏକାଧିକ ହୋଟେଲରେ ଚଢଉ

488

କନକ ବ୍ୟୁରୋ: ରାଜଧାନୀରେ ଥିବା ହୋଟେଲରେ ଅପରାଧିକ କାର୍ଯ୍ୟକଳାପରେ ଲାଗିବ ରୋକ । ସଂଦୀଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ୍ ପୋଲିସ । ଏନେଇ ସରାଇ ଆପ୍ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢାଉ କରିଛି ପୋଲିସ । ରେଲୱେ ଷ୍ଟେସନ୍, ମରଷ୍ଟର କ୍ୟାଣ୍ଟିନ୍, କଟକ ରୋଡ, ନୟାପଲ୍ଲୀ ଅଞ୍ଚଳରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ଖାରବେଳନଗର ଅଞ୍ଚଳରେ ଚଢାଉ କରାଯାଇଛି । ଆପ୍ ଅଧୀନରେ ରେଜିଷ୍ଟର କରିନଥିବାରୁ ପୋଲିସ ତାଗିଦ୍ କରିଛି ।