ଲଦାଖର ପେଙ୍ଗୋଙ୍ଗ ହ୍ରଦ କୂଳରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ । କହିଲେ ‘ଆପଣଙ୍କ ଚିହ୍ନ ହିଁ ମୋର ଚଲାପଥ’

125

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତିରେ ଲଦାଖ ପେଙ୍ଗୋଙ୍ଗ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ରାହୁଲ କହିଛନ୍ତି, ‘ ଦେଶପାଇଁ ରାଜୀବ ଗାନ୍ଧୀ ଯାହା ସ୍ୱପ୍ନ ଦେଖିଥିଲେ, ଏବେବି ସେ ଅମୂଲ୍ୟ ସ୍ମୃତି ସବୁ ଆଖି ଆଗରେ ଝଲସି ଉଠୁଛି । ଏବେ ବାପାଙ୍କ ଚିହ୍ନ ହିଁ ତାଙ୍କ ପାଇଁ ଚଲାପଥ । ବାପା ଦେଇଥିବା ସଂସ୍କାରକୁ ସେ ବହନ କରିଛନ୍ତି । ସେ ପ୍ରତି ହିନ୍ଦୁସ୍ତାନୀଙ୍କ ସଂଘର୍ଷ ଓ ସ୍ୱପ୍ନକୁ ବୁଝିପାରୁଛନ୍ତି । ଭାରତ ମା’ର ସ୍ୱରକୁ ଶୁଣିପାରୁଛନ୍ତି’ ।

ଦିନକ ପୂର୍ବରୁ ରାହୁଲଙ୍କୁ ଲଦାଖ ସୀମାରେ ବାଇକ୍ ଚଳାଉଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହାର ଭିଜୁଆଲ ଭାଇରାଲ ହେଉଛି ।