‘ରାଜନେତା ବନିଗଲେଣି ରଘୁରାମ ରାଜନ, କାହା ସଙ୍କେତରେ  ପଛରୁ ଆକ୍ରମଣ କରୁଛନ୍ତି?’: ଏଭଳି କାହିଁକି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

224

କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଓ ସୂଚନା ପ୍ରଦ୍ୟୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  । କହିଛନ୍ତି ରଘୁରାମ ଏବେ ରାଜନେତା ବନିଗଲେଣି । କାହା ପ୍ରରୋଚନାରେ ସେ ପଛରୁ ଆକ୍ରମଣ କରୁଛନ୍ତି । ରାଜନ ଏବେ ସାମ୍ନାକୁ ଆସି ରାଜନୀତି କରନ୍ତୁ ବୋଲି କହିଛନ୍ତି ବୈଷ୍ଣବ । ପୂର୍ବରୁ ରଘୁରାମ ଦେଇଥିବା ଭାରତ ପ୍ରଡକ୍ସନ୍ ଲିଙ୍କଡ୍ ଇନସେଣ୍ଟିଭ୍ ଉପରେ ଦେଇଥିବା ବୟାନକୁ ଭିତ୍ତି କରିଛନ୍ତି ବୈଷ୍ଣବ ।

ଆହୁରି ମଧ୍ୟ ବୈଷ୍ଣବ କହିଛନ୍ତି ଯେ, ‘ ଯେତେବେଳେ ଭଲ ଅର୍ଥଶାସ୍ତ୍ରୀ ରାଜନେତା ବନିଯାଆନ୍ତି ସେତେବେଳେ ସେମାନେ ନିଜର ଆର୍ଥିକ ବୁଦ୍ଧିମତ୍ତା ହରାଇବସନ୍ତି । ତେଣୁ ଯେହେତୁ ରଘୁରାମ ଏବେ ଜଣେ ରାଜନେତା ବନିଗଲେଣି ତେଣୁ ତାଙ୍କୁ ଏବେ ସାମ୍ନାକୁ ଆସି ରାଜନୀତି କରିବା ଦରମାର । ଏହାସହ ଖୋଲାଖୋଲି ନିର୍ବାଚନ ମଧ୍ୟ ଲଢିବା ଉଚିତ । ପଛରୁ ଆକ୍ରମଣ କରିବା ରଘୁରାମଙ୍କୁ ଶୋଭା ଦେଉନି’ ।