ରାସ୍ତା ନିର୍ମାଣ ପାଇଁ ଅଭିନବ ପ୍ରତିବାଦ । କାଦୁଅ ରାସ୍ତାରେ ଧାନ ଚାରା ରୋପଣ କରି ପ୍ରତିବାଦ କଲେ ଗ୍ରାମବାସୀ

117

କନକ ବ୍ୟୁରୋ : ରାସ୍ତା ନିର୍ମାଣ ପାଇଁ ଅଭିନବ ପ୍ରତିବାଦ । କାଦୁଅ ରାସ୍ତାରେ ଧାନ ଚାରା ରୋପଣ କରି ପ୍ରତିବାଦ ଜଣାଇଲେ ଗ୍ରାମବାସୀ । ନବରଙ୍ଗପୁରରୁ ଆସିଛି କିଛି ଏଭଳି ପ୍ରଦାବାଦର ଖବର । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ତେଲିଗୁଡ଼ା ଗ୍ରାମର ଗ୍ରାମବାସୀ ରାସ୍ତାପେ ତଳି ରୋଇ ପ୍ରତିବାଦ କରୁଛନ୍ତି ।
ଜିଲ୍ଲା କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଏବଂ ଏସପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଗ୍ରାମକୁ ସଂଯୋଗ କରିପାରୁନି ରାସ୍ତା । ଅଳ୍ପ ବର୍ଷାରେ ମଧ୍ୟ କାଦୁଅ ପଚ ପଚ ହେଉଛି ରାସ୍ତା । ଗ୍ରାମରେ ଯଦି କୌଣସି ଲୋକଙ୍କ ଦେହ ଖରାପ ହେଲେ ମଧ୍ୟ ଆମ୍ବୁଲାନ୍ସ ଆସୁନାହିଁ କି କୌଣସି ଅଟୋ ଗାଡି ବି ଏହି ଗାଁକୁ ଆସୁନାହିଁ । ଅନେକ ଥର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ ଜଣାଇଛନ୍ତି ଗ୍ରାମବାସୀ । ନିର୍ବାଚନ ସମୟରେ ଗୁଡ଼ାଏ ରାଜନେତା ଏହି ଗାଁକୁ ଆସିଥାନ୍ତି । ମିଛ ପ୍ରତିଶ୍ରୁତି ଦେଈ ଯାଉଥିଲେ ମଧ୍ୟ ବର୍ତମାନ ସୁଦ୍ଧା ରାସ୍ତା କାମ ହେଇନାହିଁ ।